Odiaବୁର୍ଲା ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ , ଫୁଟବଲ ତାଲିମ କେନ୍ଦ୍ର, ୟୁନିଭର୍ସିଟି ସ୍ପୋର୍ଟସ କମ୍ପ୍ଲେକ୍ସର କରିବେ ଶିଳାନ୍ୟାସ
ଭୁବନେଶ୍ୱର – ରାଜ୍ୟରେ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ସହ ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନ କରିଆସୁଛନ୍ତି ରାଜ୍ୟ ସରକାର । ଜିଲ୍ଲାସ୍ତରରେ ବି କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ଉପରେ ଗୁରୁତ୍ବ ଦିଆଯାଇଛି। ବୁର୍ଲାରେ କ୍ରୀଡାର ବିକାଶ ପାଇଁ ନିର୍ମିତ ହୋଇଛି ଏକ ଇଣ୍ଡୋର ଷ୍ଟାଡିୟମର ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ସମ୍ବଲପୁରରେ ଫୁଟବଲ ତାଲିମ କେନ୍ଦ୍ର ଓ ୟୁନିଭର୍ସିଟି ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।
Odiaଆଜି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍୧
ବେଙ୍ଗାଲୁରୁ: ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ- ଏଲ୍୧’ ଆଜି (ଶନିବାର) ଅପରାହ୍ନ ୪ଟାରେ ନିଜ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିବ। ଚାରିମାସ ତଳେ ଅର୍ଥାତ୍ ସେପ୍ଟେମ୍ବର ୨, ୨୦୨୩ରେ ଭାରତୀୟ ସମୟ ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଆଦିତ୍ୟ- ଏଲ୍୧’ର ଉତକ୍ଷେପଣ ହୋଇଥିଲା। ‘ଆଦିତ୍ୟ- ଏଲ୍୧’ ଯେଉଁ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିବ, ପୃଥିବୀଠାରୁ ତାହାର ଦୂର ୧୫ ଲକ୍ଷ କିଲୋମିଟର। ଲାଗ୍ରେଞ୍ଜ ପଏଣ୍ଟ ହେଉଛି [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ : ଆଜିଠୁ ବୁଲିବ ଶ୍ରୀଜଗନ୍ନାଥ ରଥ, ସଂଗ୍ରହ କରାଯିବ ଗୁଆ ଚାଉଳ
ଭୁବନେଶ୍ୱର – ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଜନସାଧାରଣଙ୍କୁ ଏହି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଜଡ଼ିତ କରାଯିବ । ରାଜ୍ୟର ଲୋକେ ଯେପରି ଏହା ଐତିହାସିକ କାର୍ଯ୍ୟକ୍ରମରେ ଅଂଶୀଦାର ହେବେ, ସେଥିପାଇଁ ଆଜିଠୁ ଗାଁରୁ ସହର ଯାଏଁ ବୁଲିବ ଶ୍ରୀଜଗନ୍ନାଥ ପରିକ୍ରମା ରଥ । ସଂକୀର୍ତ୍ତନ ମଣ୍ଡଳୀ ମହାପ୍ରଭୁଙ୍କ ମହିମା ଗାନ କରି ଘରୁ ଘରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିବେ । [...]
Odiaଆଜିଠୁ ଶିଶିର ସରସ -୨୦୨୪, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜିଠୁ ଆରମ୍ଭ ହେଉଛି ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ପକ୍ଷରୁ ଆୟୋଜିତ ହେଉଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଭୁବନେଶ୍ବର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ମେଳା ଆୟୋଜିତ ହେଉଛି, ଯାହା କି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ବାରା ପ୍ରାୟୋଜିତ ଶିଶିର [...]
Odiaଆଜିଠୁ ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ, ୧୬ ଯାଏଁ ଚାଲିବ ପ୍ରକ୍ରିୟା
ଭୁବନେଶ୍ବର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଆଜିଠୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେଉଛି । ଚଳିତମାସ ୧୬ ତାରିଖ ଯାଏଁ ଅନ୍ଲାଇନ୍ ପଞ୍ଜୀକରଣର ଚାଲିବ । ବିଏସକେଓ୍ବାଇରୁ ବାଦ୍ ପଡ଼ିଥିବା ଗ୍ରାମାଞ୍ଚଳ ପରିବାର ଲାଗି ନବୀନ କାର୍ଡ ଆରମ୍ଭ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିଛି ଦିନ ତଳେ ଘୋଷଣା କରିଥିଲେ । ଯେଉଁ ହିତାଧିକାରୀ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ । ସରକାରୀ କର୍ମଚାରୀ, [...]
Odiaଧରାକୋଟରେ ଦୁଇ ବସ୍ ମୁହାଁମୁହିଁ: ଜଣେ ମୃତ, ୧୦ରୁ ଅଧିକ ଆହତ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ଧରାକୋଟ ଥାନା ଅର୍ନ୍ତଗତ ଢଉଗାଁ ଛକରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୀତୁଆ ଓ ଅନ୍ଧକାର ରାତିରେ ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଳକୃଷ୍ଣ ଗୈଡ। କୁହୁଡ଼ି ଯୋଗୁଁ ଘଟିଥିବା ଦୁର୍ଘଟଣା ଏତେ ସାଂଘାତିକ ଥିଲା ଯେ ଦୁଇ ବସ୍ ମଧ୍ୟରେ ଚାପି ହୋଇ ଦିଲଖୁସ ନାମକ ବସଟିର ଚାଳକ [...]
Odiaଶନିବାର ଦିନ ଶନିଦେବଙ୍କୁ ପୂଜା କରାଯିବା ଦ୍ୱାରା ଆମର କଣ ସବୁ ଲାଭ ହୋଇଥାଏ ?
ଶନିବାର ଦିନ ବିଶେଷ ଭାବରେ ଶନି ଦେବଙ୍କୁ ପୂଜା ବିଶେଷ ଭାବରେ କରାଯାଇ ଥାଏ l ଏହାର କାରଣ ହେଉଛି ସେ ସମସ୍ତ ସଙ୍କଟରୁ ଆମକୁ ରକ୍ଷା କରି ଥାଆନ୍ତି l ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ l ଶନି ମହାଦସା ଭୋଗ କରୁଥିବା ବ୍ୟକ୍ତିଙ୍କୁ ଶନିବାର ବ୍ରତ ରଖିବା ଆବଶ୍ୟକ l ଯଦି ଆପଣ ଠିକ କର୍ମ କରିବେ ତେବେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହୋଇଥାଏ l ସେଥିପାଇଁ ଶନିବାର ଦିନ ବିଶେଷ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନହିଂ ତବ ଆଦି ମଧ୍ୟ ଅବସାନା । ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥ ଭବ ଭବ ବିଭବ ପରାଭବ କାରିନି । ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥ ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର [...]
Odiaଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି- ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ। ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ ଭାବରେ [...]
Odiaକଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
କଟକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କଟକ ଗସ୍ତ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ବି କରିଥିଲେ । କଟକର ନିମ୍ନ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ନୂଆ -ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫-ଟି ଅଧ୍ୟକ୍ଷ । ଏହି ଅବସରରେ କଟକ ସହରର [...]
