Odiaବନ୍ଦ ହେଲା ଦେଶୀ ଟ୍ବିଟର ‘କୂ’
ନୂଆଦିଲ୍ଲୀ: ଏକଦା ଦେଶୀ ଟ୍ବିଟର ଆଖ୍ୟା ପାଇଥିବା ଭାରତୀୟ ସୋସିଆଲ ମିଡ଼ିଆ କମ୍ପାନୀ ‘କୂ’ ବନ୍ଦ ହୋଇଯାଇଛି। ‘କୂ’ ଟ୍ୱିଟର (ବର୍ତ୍ତମାନ ‘ଏକ୍ସ’)ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସୋସିଆଲ ମିଡ଼ିଆ ଜଗତରେ ଏଣ୍ଟ୍ରି କରିଥିଲା | ହେଲେ ଆରମ୍ଭ ହେବାର ତିନି ବର୍ଷ ପରେ ଏହି ଭାରତୀୟ ଷ୍ଟାର୍ଟଅପ୍ ବନ୍ଦ ହୋଇଛି । ‘କୂ’ର ପ୍ରତିଷ୍ଠାତା ଅପ୍ରେମୟ ରାଧାକୃଷ୍ଣ ଏବଂ ମୟଙ୍କ ବିଦୱାଟକା ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି। ଏକଦା ରାଜନେତାଙ୍କ [...]
Odiaବ୍ରହ୍ମପୁର: ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର
ବ୍ରହ୍ମପୁର: ସହର ଉପକଣ୍ଠ ତଥା ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ଦିଲ୍ଲେଶ୍ବର ରେଡ୍ଡୀ ଓ ରାଜୁ ପ୍ରଧାନ। ଗୁରୁତର ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ। ତେବେ ସେ ମୃତକଙ୍କ ବନ୍ଧୁ ବୋଲି କୁହାଯାଉଛି। ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। [...]
Odiaହାଥରସ ଦଳାଚକଟା ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି, ଭୋଲେ ବାବାଙ୍କ ପାଦଧୂଳି ପାଇବା ଉଦ୍ୟମରୁ ହୋଇଥିଲା ଦଳାଚକଟା
ହାଥରସ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରାଉ ନିକଟରେ ମଙ୍ଗଳବାର ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଅଛନ୍ତି । ଆତ୍ମଘୋଷିତ ଧର୍ମଗୁରୁ ଭୋଲେ ବାବା ଓରଫ୍ ନାରାୟଣ ସାକାର ହରିଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏହି ଅଘଟଣ ଘଟିଥିଲା। ଏହି ସତସଙ୍ଗ କାର୍ଯ୍ୟକ୍ରମ ଆଲିଗଡରୁ ଏଟାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୪ [...]
Odiaଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ଖଳି ଲାଗି ଏକାଦଶୀ
ଗତକାଲି ଆଷାଢ଼ କୃଷ୍ଣ ଏକାଦଶୀ।ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ଖଳି ଲାଗି ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀ କୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଏହି ଏକାଦଶୀ କୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଂକୁମ କୁ ମିଶ୍ରଣ କରି ଲାଗି କରାଯାଇଥିଲା। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର [...]
Odiaରଥ ନିର୍ମାଣ କାର୍ଯ୍ୟ: ଚନ୍ଦ୍ର ଶାଳୀରେ ଲାଗିଲା ଧ୍ୱଜବତା
ପୁରୀ- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥ ନିର୍ମାଣର ୫୩ତମ ଦିନରେ ଚନ୍ଦ୍ର ଶାଳୀରେ ଧ୍ଵଜବତା ଲାଗିଛି। ତିନି ରଥ ଦୁଆର ବେଢ଼ାକୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ା ଗୁଡ଼ିକର ଉପରଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀରେ କଣ୍ଟା ବସି ସେଟିଂ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ପ୍ରତି ଦୁଆର [...]
Odiaସତସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା, ୧୦୦ ମୃତ
ହାଥରସ (ୟୁପି): ସତସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଯୋଗୁଁ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାରେ ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ଅଘଟଣରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଅଛନ୍ତି। ଏଟା ସିନିୟର ଏସପି ରାଜେଶ କୁମାର ସିଂଙ୍କ ସୂଚନା ମୁତାବକ ଏହି ଘଟଣା ପୁଲ୍ରାଇ ଗାଁର ଏକ ସତସଙ୍ଗରେ ଘଟିଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ [...]
Odiaଆଦିତ୍ୟ ମହାପାତ୍ର ନବୀନଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ
ଭୁବନେଶ୍ବର- ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି ଆଦିତ୍ୟ ମହାପାତ୍ର। ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ। ଏବେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।
Odiaପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ, ୨ ଦିନ ଛୁଟି ଘୋଷଣା
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ସେ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି। ସେ ପୁଣି କହିଲେ [...]
Odiaରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା
ପୁରୀ – ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥର ରଥଯାତ୍ରା ଦୁଇଦିନ ପଡୁଥିବାରୁ ସେହି ଦୁଇଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୁଲାଇ ୭ ଓ ୮ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଆଜି ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି [...]
Odiaଆଜି ଆଷାଢ ମାସର କୃଷ୍ଣ ପକ୍ଷ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ, ଶ୍ରୀ କ୍ଷେତ୍ରରେ ଖଳିଲାଗି ଏକାଦଶୀ
ଆଷାଢ ମାସର କୃଷ୍ଣ ପକ୍ଷ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ ବ୍ରତ କରିବାର ବିଧାନ ରହିଛି। ପରମେଶ୍ବର ଶ୍ରୀ ବିଷ୍ଣୁ ମାନବ କଲ୍ୟାଣ ପାଇଁ ନିଜର ଶରୀରରୁ ପୁରୁଷୋତ୍ତମ ମାସର ଏକାଦଶୀକୁ ମିଶାଇ ସମୁଦାୟ ୨୬ଟି ଏକାଦଶୀ ପ୍ରକଟ କରିଛନ୍ତି। କୃଷ୍ଣ ଓ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀର ନାମ ଏବଂ ତାର ଗୁଣ ଅନୁସାରେ ନାମକରଣ କରାଯାଇଥାଏ। ସମସ୍ତ ଏକାଦଶୀରେ ନାରାୟଣ ସମତୁଲ୍ୟ ଫଳ ପ୍ରଦାନ କରିଥାନ୍ତି। ଭଗବାନ ସମସ୍ତ ଭକ୍ତମାନଙ୍କର ମନସ୍କାମନା [...]
