ଫୁଲବାଣୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ : ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ओडिया समाचारଫୁଲବାଣୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ : ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
ଫୁଲବାଣୀ – ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମିଳିତ ପ୍ୟାରେଡରେ ୩୫ଟି ଦଳ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଏସପି ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ରୁତ ବିକାଶ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ମନ୍ତ୍ରୀ ନିଜ [...]
ओडिया समाचारଭେଙ୍କୟା ନାଇଡୁ, ବୈଜୟନ୍ତୀମାଳା, ମିଥୁନ ଚକ୍ରବର୍ତ୍ତୀଙ୍କ ସହ ୧୩୨ ଜଣଙ୍କୁ ପଦ୍ମ ସମ୍ମାନ
ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଅଭିନେତ୍ରୀ ବୈଜୟନ୍ତୀମାଳା ବାଲି, ଅଭିନେତା କୋନିଦେଲା ଚିରଞ୍ଜୀବୀ, ସୁଲଭ ଇଣ୍ଟରନ୍ୟାସନାଲ୍ର ପ୍ରତିଷ୍ଠାତା ସ୍ୱର୍ଗତ ବିନ୍ଦେଶ୍ୱର ପାଠକ, ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ସ୍ୱର୍ଗତା ଏମ ଫାତିମା ବିବି ଏବଂ ‘ବମ୍ବେ ସମାଚାର’ର ମାଲିକ ହୋର୍ମୁସଜି କାମାଙ୍କ ସହ ୧୩୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏଥର ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ୧୧୦ ଜଣ ପଦ୍ମଶ୍ରୀ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୫ ଜଣ ପଦ୍ମ ବିଭୂଷଣ [...]
ओडिया समाचारଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ , ରାଜ୍ୟପାଳ କଲେ ପତାକା ଉତ୍ତୋଳନ
ଭୁବନେଶ୍ୱର – ଆଜି ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଆମ ରାଜ୍ୟରେ ବି ହର୍ଷ ଓ ଉଲ୍ଲାସର ସହ ପାଳନ କରାଯାଉଛି ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ। ରାଜ୍ୟପାଳ ରଘୁବର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି [...]
ओडिया समाचारଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଗଡିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ – ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ଭବ୍ୟ ପରେଡରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ । ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଛି । ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତିକରଣ ମଡେଲ ପଠାଯାଇଥିଲା । ବିକଶିତ ଭାରତ ପ୍ରସଙ୍ଗକୁ ନେଇ ଓଡ଼ିଶା ପକ୍ଷରୁ 4 ଟି [...]
ମୁଖ୍ୟମନ୍ତ୍ରୀଙ୍କ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା

ओडिया समाचारମୁଖ୍ୟମନ୍ତ୍ରୀଙ୍କ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା
ଭୁବନେଶ୍ୱର – ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଏହି ପବିତ୍ର ଦିନରେ ଦେଶ ପାଇଁ ନିଃସ୍ୱାର୍ଥପର ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସମ୍ବିଧାନରେ ସ୍ଥାନିତ ଆଦର୍ଶକୁ କାଏମ ରଖିବା ପାଇଁ ପୁନଃ ପ୍ରତିବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ओडिया समाचार୭୫ତମ ସାଧାରଣତନ୍ତ୍ର ଦିବସ: ରାଜଧାନୀରେ ରାଜ୍ୟସ୍ତରୀୟ ଉତ୍ସବ , ରାଜ୍ୟପାଳ କରିବେ ପତାକା ଉତ୍ତୋଳନ
ଭୁବନେଶ୍ୱର – ଆଜି ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଚିତ୍ତାକର୍ଷକ ପରେଡ୍ ଆୟୋଜନ କରାଯାଉଛି । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ। ରାଜ୍ୟପାଳ ରଘୁବର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି [...]
ସାଧାରଣତନ୍ତ୍ର ଦିବସ କେବେ ଓ କାହିଁକି ଆରମ୍ଭ ହୋଇଥିଲା?

ओडिया समाचारସାଧାରଣତନ୍ତ୍ର ଦିବସ କେବେ ଓ କାହିଁକି ଆରମ୍ଭ ହୋଇଥିଲା?
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ [...]
ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ

ओडिया समाचारଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ
ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ। ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ। ଘିଅକୁ ଏକୋଇଶ ଗରାରେ ଓ ପାଣିକୁ [...]
ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ପାଇବେ ପଦ୍ମ ପୁରସ୍କାର

ओडिया समाचारଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ପାଇବେ ପଦ୍ମ ପୁରସ୍କାର
ବରଗଡ଼: ଘୋଷଣା ହୋଇଛି ପଦ୍ମ ପୁରସ୍କାର । ୨୦୨୪ ବର୍ଷ ଲାଗି ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ । ସେଥିମଧ୍ୟରୁ ବରଗଡ଼ ଜିଲ୍ଲାର ଜଣେ ପ୍ରଖ୍ୟାତ ଗୁରୁଙ୍କୁ ଏହି ସମ୍ମାନ ମିଲିବା ନେଇ ସୂଚନା ପ୍ରକାଶ ପାଇଛି । ସେ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅନ୍ତର୍ଗତ କଳାର ଗ୍ରାମ ଭାବରେ ପରିଚିତ କୁମ୍ଭାରୀ ଗ୍ରାମର ଲୋକ ନୃତ୍ୟ ଗୁରୁ ଭାଗବତ ପ୍ରଧାନ । ଶବ୍ଦ ନୃତ୍ୟ ( ଲୋକ ନୃତ୍ୟ ) ପାଇଁ [...]
ओडिया समाचारଓଡ଼ିଶାରେ କ୍ରୀଡାର ବିକାଶ ସମ୍ପର୍କିତ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ରୂପାନ୍ତରଣ ହୋଇଛି। କ୍ରୀଡାର ବିକାଶ ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ସରକାର ଅମଳରେ ରାଜ୍ୟରେ ସୃଷ୍ଟି ହୋଇଛି ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି। ଆଇକନିକ କଳିଙ୍ଗ ଷ୍ଟାଡିୟମ କ୍ରୀଡା ପରିସର ଏହାର ଏକ ଉଦାହରଣ । ଭୁବନେଶ୍ୱର ପାଲଟିଛି ଦେଶର କ୍ରୀଡା ରାଜଧାନୀ। କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଗୌରବମୟ ଯାତ୍ରା ନେଇ କ୍ରୀଡା ସାମ୍ୱାଦିକ [...]
