ओडिया समाचारଅଧିକାଂଶ ସ୍ଥାନରେ ଘନ କୁହୁଡି , ଦୃଶ୍ୟମାନ ଦୂରତା ଯଥେଷ୍ଟ ହ୍ରାସ
ଭୁବନେଶ୍ବର – ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦେଖାଦେଇଛି । ଦୃଶ୍ୟମାନ ଦୂରତା କମ୍ ରହିଥିବାରୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ଅନେକ ସ୍ଥାନରେ ଘନ କୁହୁଡ଼ି ସୃଷ୍ଟି ହେଉଛି। କୁହୁଡ଼ି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ଦୂରତା ଯଥେଷ୍ଟ ହ୍ରାସ ପାଇଛି। ଆଜି ଭୁବନେଶ୍ୱର, କଟକ ଓ ପୁରୀ ସମେତ ବିଭିନ୍ନ [...]
ओडिया समाचारମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ ନୂଆ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଜାନୁଆରୀ ୧୨ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ।ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ସଂସଦରେ ପାରିତ ହୋଇଥିବା ନୂଆ ଆଇନକୁ ରଦ୍ଦ କରିବାକୁ ଦାବି ହୋଇଛି। ମୁଖ୍ୟ ନିର୍ବାଚନ କମିଶନର [...]
ओडिया समाचारବିଏସ୍କେୱାଇ ନବୀନ କାର୍ଡ ପାଇଁ ପ୍ରବଳ ଉତ୍ସାହ : ଗଞ୍ଜାମ, କଟକ ଓ ଖୋର୍ଦ୍ଧାରୁ ସର୍ବାଧିକ ଆବେଦନ
ଭୁବନେଶ୍ୱର- ବିଏସ୍କେୱାଇ ‘ନବୀନ କାର୍ଡ ‘ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଚଳିତମାସ ୬ ତାରିଖରୁ ୯ ତାରିଖ ମଧ୍ୟରେ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧ ହଜାର ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଛି । ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ [...]
ओडिया समाचारରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର ନିଯୁକ୍ତି ପର୍ବ
ଭୁବନେଶ୍ୱର – ଆଜି ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ‘ନିଯୁକ୍ତି ପର୍ବ’ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେବେ । ନିଯୁକ୍ତି ପର୍ବରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ୩୫୪ ଜଣଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ନବନିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୧୯୪ ଜଣ ସହକାରୀ ତାଲିମ ଅଧିକାରୀ [...]
ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଵୈଠୋରି ଆସନ ଆରତୀ କରି ନିରଖି ବରୁ ସୁଖୁ ପାଵହୀଂ । ମନି ବସନ ଭୁଷନ ଭୁରି ବାରହିଂ ନାରି ମଂଗଲ ଗାଵହୀଂ ॥ ବ୍ରହ୍ମାଦି ସୁରବର ବିପ୍ର ବେଷ ବନାଇ କୌତୁକ ଦେଖହିଂ। ଅବଲୋକି ରଘୁକୁଲ କମଲ ରବି ଛବି ସୁଫଲ ଜୀବନ ଲେଖହୀଂ ॥ ଭାବାର୍ଥ – ଶ୍ରୀରାମଙ୍କୁ ଆସନରେ ବସାଇ ସଧବା ମା’ମାନେ ଆଳତୀ କରି ବନ୍ଦାପନା କଲେ ଆଉ ବରକୁ ନିକଟରୁ ଦେଖି ବହୁତ ଖୁସି [...]
ओडिया समाचारଗୀତା ଉପଦେଶ: ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ବୁଝାଇବାକୁ ଯାଇ କହୁଛନ୍ତି – ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ। ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି। ଅର୍ଥାତ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର [...]
ओडिया समाचारଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ସବୁ ଶିକ୍ଷାନୁଷ୍ଠାନ ଛୁଟି, ବନ୍ଦ ରହିବ ମଦ ଦୋକାନ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଦୃଷ୍ଟିରୁ ଉତ୍ତର ପ୍ରଦେଶ ସରକାର ଜାନୁଆରୀ ୨୨ରେ ରାଜ୍ୟର ସବୁ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରିଛନ୍ତିି । ଏହାଛଡ଼ା ସେହି ଦିନ ରାଜ୍ୟରେ ସବୁ ମଦ ଦୋକାନ ମଧ୍ୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ତସ୍ତୁତିର ତଦାରଖ କରୁଛନ୍ତି। ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଯଜମାନ ଭାବେ ଯୋଗଦେବେ। [...]
ओडिया समाचारନୟାଗଡ଼ ଏମଭିଆଇଙ୍କ କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ
ଭୁବନେଶ୍ୱର – ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କର କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଛି ରାଜ୍ୟ ଭିଜିଲାନ୍ସ । ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହିଁ ପଞ୍ଚାନନଙ୍କ ୩୧ଟି ପ୍ଲଟ୍ ରହିଛି । ସେଥିରୁ ୧୦ଟି ବେନାମୀ ବୋଲି ଜଣାପଡିଛି ଅଛି । ଶୈଳଶ୍ରୀ ବିହାର ଓ ପାଣ୍ଡରାରେ ପଞ୍ଚାନନଙ୍କ କୋଠା ବି ଠାବ କରିଛି ଭିଜିଲାନ୍ସ । ୭୨ଲକ୍ଷ ଟଙ୍କା ଡିପୋଜିଟ୍ ମଧ୍ୟ ଚଢ଼ାଉ ବେଳେ ଠାବ ହୋଇଛି । ଆୟ ବହିର୍ଭୂତ [...]
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଞ୍ଚ ସେସନରେ ଶେଷ ହେବା ପରେ ନ୍ୟୁଲାଣ୍ଡସ୍ ପିଚକୁ ‘ଅସନ୍ତୋଷ ଜନକ’ କହିଲା ଆଇସିସି

ओडिया समाचारଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଞ୍ଚ ସେସନରେ ଶେଷ ହେବା ପରେ ନ୍ୟୁଲାଣ୍ଡସ୍ ପିଚକୁ ‘ଅସନ୍ତୋଷ ଜନକ’ କହିଲା ଆଇସିସି
ଦୁବାଇ: ମାତ୍ର ପାଞ୍ଚ ସେସନ୍ ମଧ୍ୟରେ ଶେଷ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଭେନ୍ୟୁ ନ୍ୟୁଲ୍ୟାଣ୍ଡସ୍ ପିଚକୁ ଆଇସିସି ଅସନ୍ତୋଷ ଜନକ ବୋଲି କହିଛି । ଏହା ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍ ଥିଲା । ଏହି ଟେଷ୍ଟରେ ଭାରତ ଦେଢ଼ ଦିନରେ ଘରୋଇ ଦଳକୁ ୭ ୱିକେଟରେ ହରାଇଥିଲା । ଏଥି ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ଡ୍ର କରିଥିଲା | ଆଇସିସିର ପିଚ୍ ଏବଂ ଆଉଟଫିଲ୍ଡ [...]
ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତକାର ରସିଦ ଖାନଙ୍କ ପରଲୋକ

ओडिया समाचारବିଶିଷ୍ଟ ଶାସ୍ତ୍ରୀୟ ସଂଗୀତକାର ରସିଦ ଖାନଙ୍କ ପରଲୋକ
କୋଲକାତା: ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତକାର ଉସ୍ତାଦ୍ ରସିଦ ଖାନଙ୍କ ମଙ୍ଗଳବାର ଅପରାହ୍ନରେ ଏଠାରେ ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଅପରାହ୍ନ ପ୍ରାୟ ୩:୪୫ରେ ରସିଦ ଖାନ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ପ୍ରୋଷ୍ଟେଟ କ୍ୟାନସରରେ ପୀଡ଼ିତ ଥିଲେ ରସିଦ ଖାନ । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରସିଦ ଖାନ ଗତ ଚାରି ବର୍ଷ ଧରି ପ୍ରୋଷ୍ଟେଟ କର୍କଟରେ ପୀଡିତ ଥିଲେ । ପତ୍ନୀଙ୍କ ବ୍ୟତୀତ [...]
