ବଲାଙ୍ଗୀରବାସୀଙ୍କୁ ମିଳିବ ନୂଆବର୍ଷ ଉପହାର, କାଲି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ओडिया समाचारବଲାଙ୍ଗୀରବାସୀଙ୍କୁ ମିଳିବ ନୂଆବର୍ଷ ଉପହାର, କାଲି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର -ଆସନ୍ତାକାଲି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗୀରବାସୀଙ୍କୁ ଦେବେ ନୂଆବର୍ଷ ଭେଟି । ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ୩୦୫ କୋଟି ଟଙ୍କା ବିନିଯୋଗରେ ୬୯ଟି ପ୍ରକଳ୍ପର ଉଦଘାଟନ ଓ ୨ହଜାର ୨୨୦ କୋଟି ଟଙ୍କାରେ ୧୧୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦୬ଟି [...]
ଭୁବନେଶ୍ୱର ମହାନିଗମ ସ୍ତରୀୟ ସ୍କୁଲ୍ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ, ୧୦୬ଟି ସ୍କୁଲକୁ ମିଳିଲା ଜମିପଟ୍ଟା

ओडिया समाचारଭୁବନେଶ୍ୱର ମହାନିଗମ ସ୍ତରୀୟ ସ୍କୁଲ୍ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ, ୧୦୬ଟି ସ୍କୁଲକୁ ମିଳିଲା ଜମିପଟ୍ଟା
ଭୁବନେଶ୍ୱର- ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୫୬ଟି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ମୋଟ ୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରାଯାଇଛି । କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ [...]
ओडिया समाचारକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି, ଚାରିଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ – ଆସନ୍ତାକାଲି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ମହାପ୍ରଭୁଙ୍କର ଏକ [...]
ओडिया समाचारଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ
ପୁରୀ – ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସିଲା ନିମନ୍ତ୍ରଣ ପତ୍ର। ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ । ଆଜି ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ [...]
ମିଳିଲା ‘ବିଜୟିନୀ’ ମା’ର ପରିଚୟ

ओडिया समाचारମିଳିଲା ‘ବିଜୟିନୀ’ ମା’ର ପରିଚୟ
ସମ୍ବଲପୁର – ଗତମାସରେ ସମ୍ବଲପୁର ରେଙ୍ଗାଲି ପରିତ୍ୟକ୍ତ ବୋର୍ୱେଲରୁ ଉଦ୍ଧାର ଶିଶୁକନ୍ୟାର ମା’ଙ୍କ ପରିଚୟ ମିଳିଥିବା ସମ୍ବଲପୁର ଏସପି ସୂଚନା ଦେଇଛି । ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ଓ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ସୂଚନା ଦେଇଛନ୍ତି। ମହିଳା ଜଣଙ୍କ କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଉଦ୍ଧାର ଶିଶୁକନ୍ୟାଟି ସଂପୃକ୍ତ ମହିଳାଙ୍କର ଦ୍ୱିତୀୟ ସନ୍ତାନ ବୋଲି ଜଣାପଡିଛି। ବୋରୱେଲରୁ ଉଦ୍ଧାର ପରେ ଏବେ ଝିଅଟି ଭୀମସାରରେ ଚିକିତ୍ସାଧୀନ ଗତକାଲି ତାର [...]
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ହରପ୍ରସାଦ ଦାସ ମୁଖ୍ୟ ଅତିଥି ଓ ଦିଲ୍ଲୀସ୍ଥିତ ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳ ଦାଶ ସଭାରେ ଅଧ୍ୟକ୍ଷତା କରି ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। କବି ଦାସଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପ୍ରତିଷ୍ଠା [...]
ओडिया समाचारନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ , ଅନୁକମ୍ପା ସହାୟତା ଘୋଷଣା
ଭୁବନେଶ୍ବର – ଆଜି କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ କଟକ ଏସସିବି [...]
ओडिया समाचारମାଲବାହୀ ଟ୍ରକ୍ ସହ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା, ୩ମୃତ, ୪୦ରୁ ଅଧିକ ଆହତ
ସାଲେପୁର – କଟକ- ଚାନ୍ଦବାଲି ରାସ୍ତା କଟରପଡାଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଚାନ୍ଦବାଲିରୁ ରାଜକନିକା ଦେଇ କଟକ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲ। ଘନ କୁହୁଡି କାରଣରୁ ଏହି ଦୁର୍ଘଟଣାରେ ଘଟିଥିବା କୁହାଯାଉଛି। ମନୋରମା ନାମକ ଘରୋଇ ବସ ସକାଳ ୫ଟାରୁ ରାଜକନିକା ଛାଡି କଟକ ଅଭିମୁଖେ ଆସୁଥିଲା। ବାଟରେ ନିଶ୍ଚିନ୍ତକୋଇଲି [...]
ବ୍ରହ୍ମପୁର ପିଏଚଡି ଡିଭିଜନ୍ ଅଫିସରେ ଅଗ୍ନିକାଣ୍ଡ

ओडिया समाचारବ୍ରହ୍ମପୁର ପିଏଚଡି ଡିଭିଜନ୍ ଅଫିସରେ ଅଗ୍ନିକାଣ୍ଡ
ବ୍ରହ୍ମପୁର: ମଙ୍ଗଳବାର ସକାଳେ ବ୍ରହ୍ମପୁର ଆରଡିସି ଅଫିସ୍ ନିକଟ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡି) ଡିଭିଜନ୍ ଅଫିସରେ ଅଗ୍ନିକାଣ୍ଡ ଘଟିଛି। କାର୍ଯ୍ୟାଳୟର ଗୋଟିଏ ପ୍ରକୋଷ୍ଠରେ କୈାଣସି ମତେ ନିଆଁ ଲାଗିଯାଇଥିଲା। ଫଳରେ ଫର୍ଣ୍ଣିଚର୍ ସମେତ କିଛି କାଗଜପତ୍ର ପୋଡ଼ିଯାଇଛି। ଧୂଆଁ ଉଠୁଥିବା ଦେଖି ରାତ୍ର ଜଗୁଆଳି ଓ ଅନ୍ୟମାନେ ଆୟତ୍ତ କରିଥିଲେ। ତେବେ ନିଆଁ କିଭଳି ଲାଗିଥିଲା, ସର୍ଟସର୍କିଟ ନାଁ ଅନ୍ୟ କିଛି କାରଣ ଅଥବା ମନୁଷ୍ୟକୃତ ସେ ନେଇ ପ୍ରଶ୍ନ ଉଠିଛି।
ଗଞ୍ଜାମ ପୋଲିସ ରାଜ୍ୟରେ ଶ୍ରେଷ୍ଠ , ବ୍ରହ୍ମପୁର ଟାଉନ ଥାନା ଓ କୋଦଳା ଥାନାଧିକାରୀ ଶ୍ରେଷ୍ଠ ତାଲିକାର ପ୍ରଥମ ସ୍ଥାନରେ

ओडिया समाचारଗଞ୍ଜାମ ପୋଲିସ ରାଜ୍ୟରେ ଶ୍ରେଷ୍ଠ , ବ୍ରହ୍ମପୁର ଟାଉନ ଥାନା ଓ କୋଦଳା ଥାନାଧିକାରୀ ଶ୍ରେଷ୍ଠ ତାଲିକାର ପ୍ରଥମ ସ୍ଥାନରେ
ବ୍ରହ୍ମପୁର – କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ – ସିସିଟିଏନ ଏସରେ ଲୋକଙ୍କୁ ହାତପାଆନ୍ତାରେ ବିଭିନ୍ନ ସେବା ଯୋଗାଇଦେବା ଏବଂ ଅପରାଧ ଓ ବିଭିନ୍ନ ତଥ୍ୟ ପଞ୍ଜିକରଣରେ ଗଞ୍ଜାମ ଜିଲ୍ଲା ପୋଲିସ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ବାକି ୩୫ଟି ପୋଲିସ ଜିଲ୍ଲାକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି ଗଞ୍ଜାମ ଜିଲ୍ଲା ପୋଲିସ। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଜିଲ୍ଲାୱ।ରୀ ପ୍ରଗତି [...]
