ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ओडिया समाचारଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
ଭୁବନେଶ୍ବର – ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷା ଫେବ୍ରୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ହେବ ପରୀକ୍ଷା । ଫେବ୍ରୁଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଫେବ୍ରୁଆରୀ ୧୬ ତାରିଖରୁ ବିଜ୍ଞାନ ଓ [...]
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ମୁନି ଗତି ଦେଖି ସୁରେସ ଡେରାନା । କାମହି ବୋଲି କୀହ୍ନ ସଠମାନା ॥ ସହିତ ସହାୟ ଜାହୁ ମମ ହେତୁ । ଚଲେଉ ହରଷି ହିୟଁ ଜଲଚରକେତୁ ॥ ଭାବାର୍ଥ:- ମହର୍ଷି ନାରଦଙ୍କର ଏପରି ତପୋମୟ ସମାଧିସ୍ଥ ସ୍ଥିତି ଦେଖି ଦେବରାଜ ଇନ୍ଦ୍ରଦେବ ମନେ ମନେ ଡ଼ରିଗଲେ । ସଙ୍ଗେ ସଙ୍ଗେ କାମଦେବଙ୍କୁ ଡକାଇ ବହୁତ ସ୍ନେହର ସହିତ ଆଦର ସତ୍କାର କରି କହିଲେ, ହେ କାମଦେବ, ମୋର ହିତ [...]
ଆଜିର ଗୀତା ଉପଦେଶ : ଶୁଦ୍ଧ ଭକ୍ତିରେ ପ୍ରତ୍ୟାଶା ନଥାଏ

ओडिया समाचारଆଜିର ଗୀତା ଉପଦେଶ : ଶୁଦ୍ଧ ଭକ୍ତିରେ ପ୍ରତ୍ୟାଶା ନଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯଜ୍ଞ କିପରି କରିବାକୁ ହୁଏ ତାହା ବୁଝାଇବାକୁ ଯାଇ କହିଛନ୍ତି :- ଅଭିସନ୍ଧାୟ ତୁ ଫଳଂ ଦମ୍ଭାର୍ଥମପି ଚୈବ ଯତ୍। ଇଜ୍ୟତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ବିଦ୍ଧି ରାଜସମ୍। ଅର୍ଥାତ୍ ଯଜ୍ଞ ଯଦି ବହୁ ଆଡ଼ମ୍ବରଯୁକ୍ତ ପ୍ରଦର୍ଶନ ଭାବରେ ସମ୍ପାଦିତ ହୁଏ ଏବଂ ତା’ ପଛରେ କିଛି ସ୍ୱାର୍ଥପର ମନୋଭାବ ରହିଥାଏ; ଯଥା, “ଏହାର ପ୍ରତିବଦଳରେ ମୁଁ କ’ଣ ପାଇବି?”, ତା’ହେଲେ ସେହି ଯଜ୍ଞ ଭଗବାନଙ୍କ ସହ ଏକ ବ୍ୟାପାର ସଦୃଶ ହୋଇଯାଏ [...]
ନୂତନ ପରଭା ଏବଂ ଛତରରେ ଶୋଭା ପାଇଲେ ମାଁ ସମଲେଇ

ओडिया समाचारନୂତନ ପରଭା ଏବଂ ଛତରରେ ଶୋଭା ପାଇଲେ ମାଁ ସମଲେଇ
ସମ୍ବଲପୁର: ନୂଆଁବର୍ଷରେ ନୂଆଁ ରୂପରେ ମାଁ ସମଲେଶ୍ବରୀ। ମାଁ ଆଜି ବିଶାଳକାୟ ରୂପା ପରଭା ସମ୍ମୁଖରେ ବିରାଜମାନ କରିଛନ୍ତି। ସେହିପରି ବିଗ୍ରହ ଉପରେ ୩ଟି ବଡ ବଡ ରୂପାର ଛତର୍ ଶୋଭା ପାଉଥିବା ବେଳେ ମାଁ ଭୁବନେଶ୍ବରୀଙ୍କ ବିଗ୍ରହ ବି ଆକର୍ଷଣୀୟ ପରଭାରେ ସଜ୍ଜିତ ହୋଇଛି। ୩ ବର୍ଷ ତଳୁ ମାଁଙ୍କ ଏହି ବିଶାଳକାୟ ପରଭା ପାଇଁ ଭକ୍ତଙ୍କ ଠାରୁ ରୂପା ସଂଗ୍ରହ ଚାଲିଥିଲା। ତେବେ, ପୂର୍ବରୁ ଗର୍ଭ ଗୃହରେ ଲାଗିଥିବା ସମସ୍ତ ରୂପା ଅଳଙ୍କାର ସମଲେଇ [...]
ओडिया समाचारପିକନିକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ବିଭାଗର ଏସଓପି ଜାରି
ଭୁବନେଶ୍ୱର – ପିକନିକ ସମୟରେ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ଏସ ଓପି ଜାରି କରିଛି ରାଜ୍ୟ ପରିବହନ ବିଭାଗ । ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମଦ ପିଇ ଗାଡ଼ି ଚଳାଇଲେ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ଗାଡି ମାଲିକଙ୍କୁ ପିକ୍ନିକ ପାଇଁ ଆରଟିଓଙ୍କ ଅନୁମତି ନେବାକୁ ହେବ । ପ୍ରତି ପିକ୍ନିକ ସ୍ପଟରେ ପରିବହନ କର୍ମଚାରୀ ରହି ଯାନବାହନଗୁଡ଼ିକର ଫିଟ୍ନେସ ଯାଞ୍ଚ କରିବେ [...]
ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ : ବାଧାମୁକ୍ତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନକୁ ପ୍ରଶଂସା

ओडिया समाचारନୂଆବର୍ଷରେ ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ : ବାଧାମୁକ୍ତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନକୁ ପ୍ରଶଂସା
ପୁରୀ – ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷ ଆରମ୍ଭ କରିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦ୍ଘାଟନ ହେବାକୁଥିବା ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ଗୋଟାଏରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ [...]
ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ନବବର୍ଷର ଶୁଭେଚ୍ଛା
ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ନବବର୍ଷର ଶୁଭେଚ୍ଛା
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ନେତା, ବିଧାୟକ, ସାଂସଦ ଓ ଦଳୀୟ କର୍ମୀମାନେ ଭେଟି ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ , ଭାରପ୍ରାପ୍ତ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ୫-ଟି [...]
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଲେ ଭାରପ୍ରାପ୍ତ ଡିଜିପି ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀ
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଲେ ଭାରପ୍ରାପ୍ତ ଡିଜିପି ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀ
ଭୁବନେଶ୍ୱର – ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅରୁଣ ଷଡଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଭାରପ୍ରାପ୍ତ ଡିଜିପିଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ବି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଅରୁଣ ଷଡଙ୍ଗୀ। ସୁନୀଲ ବଂଶଲଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଥିଲେ । ନିୟମିତ ଡିଜିପି ନିଯୁକ୍ତ ହେବା ଯାଏଁ ଭାରପ୍ରାପ୍ତ ଡିଜିପି ପଦରେ [...]
ମୁଖ୍ୟ ଶାସନ ସଚିବଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଅଧିକାରୀଗଣ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଆଜି ଲୋକସେବା ଭବନସ୍ଥିତ ତାଙ୍କର କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ , କମିଶନର ତଥା କର୍ମଚାରୀମାନେ ସାକ୍ଷାତ କରି ଇଂରାଜୀ ନବ ବର୍ଷ ୨୦୨୪ ଉପଲକ୍ଷେ ଏବଂ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କର୍ମଚାରୀମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇ ସେମାନଙ୍କର ସୁଖ , ସମୃଦ୍ଧି କାମନା କରିଥିଲେ [...]
ओडिया समाचारବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ଏକୋଇଶିଆ ପାଳନ କରି ନାମକରଣ କଲେ ମେଡିକାଲ ଟିମ୍
ସମ୍ବଲପୁର – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାର ଏକୋଇଶିଆ ପାଳନ କରାଯାଇ ନାମକରଣ କରାଯାଇଛି। ଶିଶୁକନ୍ୟାଟି ବର୍ତ୍ତମାନ ବୁର୍ଲା ଭୀମସାରର ଏସଏନସିୟୁରେ ଚିକିତ୍ସାଧିନ ରହିଛି। ବୁର୍ଲା ଭୀମସାର ପକ୍ଷରୁ ଶିଶୁକନ୍ୟାର ନା ବିଜୟନୀ ରଖାଯାଇଛି । ପୁରା ମେଡିକାଲ ଟିମ୍ ପକ୍ଷରୁ ଏକୋଇଶିଆ ପାଳନ କରାଯାଇଛି । ଗତ ଡିସେମ୍ବର ମାସରେ ରେଙ୍ଗାଲି ଲାରିପାଲି ବୋରୱେଲରୁ ବହୁ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଶିଶୁକନ୍ୟାର [...]
