ଆଜି ଶ୍ରୀ ମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି..

ओडिया समाचारଆଜି ଶ୍ରୀ ମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି..
ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିର ରେ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ। ଏହି ଦିନ ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞାମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହୁଅନ୍ତି। ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ ଅନ୍ଧାର କରିଦିଆ ଯାଏ। ଏହି ସମୟରେ ଗର୍ଭଗୃହରେ ମହାପ୍ରଭୁଙ୍କ ଆଲଟ ସେବା ହୋଇଥାଏ। ଏଥି ଉତ୍ତରାରୁ ଜଣେ ଡଗର ଆସି ମଦନମୋହନ [...]
ओडिया समाचारଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ
ଭୁବନେଶ୍ୱର – ବିଶିଷ୍ଟ ରାଜନେତା ଓ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଭଣ୍ଡାରେ ୨୦୦୭ ମସିହା ଅଗଷ୍ଟ ୧୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ଯାଏଁ ରାଜ୍ୟପାଳ ରହିଥିଲେ ଭଣ୍ଡାରେ । କଂଗ୍ରେସର ବରିଷ୍ଠ ନେତା ଭାବେ ଭଣ୍ଡାରେ ତିନି ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଦୁଇଥର ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ସଭାପତି ଭାବେ କାର୍ଯ୍ୟ କରିଥିଲେ । ଭଣ୍ଡାରେଙ୍କ [...]
ଟି-୨୦ ବିଶ୍ୱକପ: ଭାରତ-କାନାଡ଼ା ମ୍ୟାଚ୍ ବାତିଲ

ओडिया समाचारଟି-୨୦ ବିଶ୍ୱକପ: ଭାରତ-କାନାଡ଼ା ମ୍ୟାଚ୍ ବାତିଲ
ଲାଉଡରହିଲ୍ (ଆମେରିକା): ଭାରତ ଏବଂ କାନାଡା ମଧ୍ୟରେ ଟି-୨୦ ବିଶ୍ୱକପର ଗ୍ରୁପ୍ ଏ’ ମ୍ୟାଚ୍ ଶନିବାର ଓଦା ଆଉଟଫିଲ୍ଡ କାରଣରୁ ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଯାଇଛି । ଏହା ଭାରତର ଶେଷ ଗ୍ରୁପ୍ ମ୍ୟାଚ୍ ଥିଲା । ପ୍ରଥମ ତିନୋଟି ମ୍ୟାଚ୍ ଜିତିଥିବା ଟିମ୍ ଇଣ୍ଡିଆ ପୂର୍ବରୁ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲା | ଭାରତ ବ୍ୟତୀତ ଗ୍ରୁପ୍ ଏ’ରୁ ଆମେରିକା ସୁପର ୮ରେ ପହଞ୍ଚିଛି । ଭାରତୀୟ ଦଳ [...]
ओडिया समाचारବିଜେପି ସରକାରର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଅର୍ଥ ଓ ଗୃହ ମନ୍ତ୍ରାଳୟ ରଖିଲେ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନଙ୍କୁ କୃଷି, ପ୍ରଭାତୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ
ଭୁବନେଶ୍ୱର – ରାଜ୍ୟରେ ନୂଆ ବିଜେପି ସରକାର ଶପଥ ନେବାର ଦୁଇ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ହାତରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ମନ୍ତ୍ରାଳୟ ରଖିଛନ୍ତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରାଳୟ ମିଳିଛି। ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମିଳିଛି ମହିଳା [...]
ओडिया समाचारମୁଖ୍ୟମନ୍ତ୍ରୀଙ୍କ ସହ ପୋଲିସ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଆଲୋଚନା
ଭୁବନେଶ୍ୱର – ରାଜ୍ୟ ଅତିଥି ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଏବଂ ଭଲ ବ୍ୟବହାର କରିବାକୁ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ଅବସରରେ ଆସନ୍ତାମାସ ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିବା ଦେଶର ତିନିଟି [...]
ओडिया समाचारକୁଏତ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡିଆଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କୁଏତ ଅଗ୍ନିକାଣ୍ଡରେ କଟକ ଜିଲ୍ଲା ଆଠଗଡ଼ ତିଗିରିଆର ମହମ୍ମଦ ଜହୁର ଓ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରଣଝାଲିର ସନ୍ତୋଷ ଗୈ।ଡ ପ୍ରାଣ ହରାଇଛନ୍ତି।
ओडिया समाचारଓଡ଼ିଶା ଆସିଲା କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତଦେହ
ଭୁବନେଶ୍ବର – କୁଏତର ଏକ ଆପାର୍ଟମେଣ୍ଟରେ ଗତ ବୁଧବାର ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତଦେହ ଆଜି ଓଡ଼ିଶା ପହଞ୍ଚିଛି । ମହମ୍ମଦ ଜହୁର ଏବଂ ସନ୍ତୋଷ ଗୌଡଙ୍କ ମୃତଦେହ ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିଲା ସେଠାରେ ଉପସ୍ଥିତ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସେଠାରେ ଉପସ୍ଥିତ ରହି ଶେଷ [...]
ओडिया समाचारଟି-୨୦ ବିଶ୍ୱକପ: ନେପାଳଠୁ ହାରୁ ହାରୁ ଜିତିଲା ଦକ୍ଷିଣ ଆଫ୍ରିକା
କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ଅନୁଷ୍ଠିତ ଗ୍ରୁପ୍ ଡି’ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେପାଳକୁ ୧ ରନରେ ହରାଇଛି । ଶେଷ ଓଭରରେ ଜିତିବା ପାଇଁ ନେପାଳକୁ ୮ ରନ୍ ଦରକାର ହେଉଥିଲା । ହେଲେ ନେପାଳ ଏହି ଓଭରରେ ମାତ୍ର ୬ ରନ୍ ଉଠାଇ ଦକ୍ଷିଣ ଆଫ୍ରିକାକୁ ହରାଇବା ସୁଯୋଗ ହାତଛଡ଼ା କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଓଟନିଲ ବାର୍ଟମ୍ୟାନ୍ ଶେଷ ଓଭର ବୋଲିଂ କରିଥିଲେ। ଏହି ଓଭରରେ ପ୍ରଥମ ୫ ବଲରେ ଷ୍ଟ୍ରାଇକ୍ ନେଇଥିବା ନେପାଳ [...]
ओडिया समाचारମୋୖସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ, ୧୭ ଓ ୧୮ରେ ବର୍ଷା ସମ୍ଭାବନା
ଭୁବନେଶ୍ବର – ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୧୭ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଥିବାରୁ ଆଗକୁ ସାରା ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଶୁକ୍ରବାର ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୮ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଆସନ୍ତା [...]
ହଟିଲା କଟକଣା, ପୁଣି ମାଛଧରା ଆରମ୍ଭ

ओडिया समाचारହଟିଲା କଟକଣା, ପୁଣି ମାଛଧରା ଆରମ୍ଭ
ପାରାଦୀପ – ଦୁଇମାସର କଟକଣା ଶେଷ ହେଲା ପରେ ଆଜି ନଦୀ, ସମୁଦ୍ର ମୁହାଣରୁ ମାଛଧରା ଆରମ୍ଭ ହୋଇଛି । ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇପାରିବ ବୋଲି [...]
