ओडिया समाचारଗୀତା ଉପଦେଶ: “ଯୋଗୀ ପାଇଁ ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ।* ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ।* ଅର୍ଥାତ:- ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ। ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି,ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ। ( ଗୀତା ଧ୍ୟାନ ଯୋଗ)
ଦଳୀୟ ନେତାଙ୍କ ସହ ସମୀକ୍ଷା ବୈଠକ କଲେ ବିଜେଡି ସୁପ୍ରିମୋ

ओडिया समाचारଦଳୀୟ ନେତାଙ୍କ ସହ ସମୀକ୍ଷା ବୈଠକ କଲେ ବିଜେଡି ସୁପ୍ରିମୋ
ଭୁବନେଶ୍ବର – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ସମୀକ୍ଷା ବୈଠକ କରିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଦଳର ନେତାମାନେ ଆଲୋଚନା କରିଛନ୍ତି । ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ନବୀନ ବାବୁଙ୍କ ନିର୍ଦ୍ଦେଶରେ ଦଳ କାମ କରେ। ନବୀନ ବାବୁଙ୍କ ଛଡ଼ା ଦଳରେ ଆଉ କେହି କେବେ ଲିଡ୍ କରିନାହାନ୍ତି। [...]
କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ମହିଳା ସୁରକ୍ଷାକର୍ମୀ

ओडिया समाचारକଙ୍ଗନାଙ୍କୁ ଚାପୁଡ଼ା ମାରିଲେ ମହିଳା ସୁରକ୍ଷାକର୍ମୀ
ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଆଇଏସ୍ଏଫର ଜଣେ ମହିଳା ସୁରକ୍ଷାକର୍ମୀ ବଲିଉଡ୍ ଅଭିନେତ୍ରୀ ତଥା ବିଜେପିର ନବନିର୍ବାଚିତ ସାଂସଦ କଙ୍ଗନା ରନାୱତଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଏହି ଘଟଣା ଘଟିଛି। ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଜିତିବା ପରେ ବିଜେପି ବୈଠକରେ ଯୋଗଦେବା ପାଇଁ କଙ୍ଗନା ଭିସ୍ତାରା ଏୟାରଲାଇନ୍ସର ବିମାନରେ ଦିଲ୍ଲୀ ଯାଉଥିଲେ। ତେବେ ଚଣ୍ଡିଗଡ଼ ବିମାନ ବନ୍ଦରରେ ତାଙ୍କ ସୁରକ୍ଷା ଯାଞ୍ଚ ସମୟରେ ସିଆଇଏସ୍ଏଫର [...]
ओडिया समाचारନୂଆ ବିଧାନସଭା ଗଠନ ନେଇ ରାଜ୍ୟପାଳଙ୍କୁ ଜଣାଇଲେ ନିର୍ବାଚନ କମିଶନ
ଭୁବନେଶ୍ୱର -ଓଡିଶାରେ ନୂଆ ବିଧାନସଭା ଗଠନ ସମ୍ପର୍କରେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ନବ ନିର୍ବାଚିତ ବିଧାନସଭା ସଦସ୍ୟଙ୍କ ତାଲିକାର ବିଜ୍ଞପ୍ତି ରାଜ୍ୟପାଳ ରଘୁବର ଦାସଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭାରତ ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରି ନବଗଠିତ ବିଧାନସଭା ର ସଦସ୍ୟଙ୍କ ବିଜ୍ଞପ୍ତି ପ୍ରଦାନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. [...]
କାଲିଠାରୁ ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା

ओडिया समाचारକାଲିଠାରୁ ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର – ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ଆସନ୍ତାକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍ସ ୱେବସାଇଟ୍ www.samsodisha.gov.inରେ ଆବେଦନ କରିପାରିବେ। ଜୁଲାଇ ୬ ତାରିଖ ହେଉଛି ଆବେଦନର ଶେଷ ତାରିଖ। ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି। [...]
ओडिया समाचारବିଏସକେୱାଇ ଯୋଜନା ଚାଲୁ ରହିଛି , ପଞ୍ଜିକୃତ ଡାକ୍ତରଖାନାଗୁଡିକ ଜାରି ରଖିବେ ସେବା : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ବିଏସକେୱାଇ ପଞ୍ଜୀକୃତ ଡାକ୍ତରଖାନା କୌଣସି ରୋଗୀଙ୍କ ଚିକିତ୍ସାରେ ଅବହେଳା କରିପାରିବେ ନାହିଁ ବା ରୋଗୀଙ୍କୁ ଚିକିତ୍ସା ଅବଧି ପୂର୍ବରୁ ଡିସଚାର୍ଜ କରିପାରିବେ ନାହିଁ । ଯେପର୍ଯ୍ୟନ୍ତ ନୂତନ ସରକାର ନିଷ୍ପତ୍ତି ନ ନେଇଛନ୍ତି ସେ ପର୍ଯ୍ୟନ୍ତ ବିଏସକେୱାଇ ଯୋଜନା ଚାଲୁ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ [...]
ओडिया समाचारଟି-୨୦ ବିଶ୍ୱକପ: ଷ୍ଟୋଇନିସଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଓମାନକୁ ୩୯ ରନରେ ହରାଇଲା ଅଷ୍ଟ୍ରେଲିଆ
ବାରବାଡୋସ: ଟି-୨୦ ବିଶ୍ୱକପରେ ଗୁରୁବାର ଅନୁଷ୍ଠିତ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୩୯ ରନରେ ଓମାନକୁ ହରାଇ ଅଭିଯାନ ଆରମ୍ଭ କରିଛି । ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଓମାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଓମାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୫ ରନ୍ କରିବାକୁ ସମର୍ଥ ହୋଇଥିଲା। [...]
ओडिया समाचारସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ପଷ୍ଟୀକରଣ: ଚାଲୁ ରହିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ଭୁବନେଶ୍ୱର – ରାଜ୍ଯରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି । ଏହା ବନ୍ଦ ହୋଇନାହିଁ ବୋଲି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଚାଲୁ ରହିଥିବା ନେଇ ସ୍ବାସ୍ଥ୍ଯ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି। ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକ ସହିତ ବୁଝାମଣାପତ୍ର ବଳବତ୍ତର ରହିଛି। ପ୍ଯାନେଲରେ ଥିବା ହସ୍ପିଟାଲଗୁଡ଼ିକ ପୂର୍ବପରି ବିଏସକେୱାଇ କାର୍ଡଧାରୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇ ଦେବାକୁ କୁହାଯାଇଛି। ଏହି [...]
ओडिया समाचारଟି-୨୦ ବିଶ୍ୱକପ: ସହଜ ବିଜୟରୁ ଭାରତର ଅଭିଯାନ, ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା
ନ୍ୟୁୟର୍କ: ସହଜ ବିଜୟ ସହ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିଛି। ବୁଧବାର ପ୍ରଥମ ମ୍ୟାଚରେ ଭାରତ ଏକତରଫା ଭାବେ ଆୟର୍ଲାଣ୍ଡକୁ ୮ ଓ୍ବିକେଟରେ ହରାଇଛି । ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ଆୟର୍ଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଆୟର୍ଲାଣ୍ଡ ୧୬ ଓଭରରେ ମାତ୍ର ୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲରମାନେ ୮ଟି ୱିକେଟ୍ ନେଇଥିଲେ। ହାର୍ଦ୍ଦିକ [...]
ଆଜି ସାବିତ୍ରୀ ଅମାବାସ୍ୟା, ସଧବା ନାରୀମାନେ ନିଜ ପତିଙ୍କର ଦୀର୍ଘ ଆୟୁଷ କାମନା କରି ଏହି ବ୍ରତ ପାଳନ କରିଥାନ୍ତି

ओडिया समाचारଆଜି ସାବିତ୍ରୀ ଅମାବାସ୍ୟା, ସଧବା ନାରୀମାନେ ନିଜ ପତିଙ୍କର ଦୀର୍ଘ ଆୟୁଷ କାମନା କରି ଏହି ବ୍ରତ ପାଳନ କରିଥାନ୍ତି
ଆଜି ସାବିତ୍ରୀ ଓଷା ।ଏହାକୁ ଅନ୍ୟ ଅର୍ଥ ରେ ମଧ୍ୟ ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା କୁହାଯାଏ। ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ କରିଥାନ୍ତି। ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ [...]
