କରୋନା ଅପଡେଟ୍: ସଂକ୍ରମଣର ଉପରମୁହାଁ ଧାରା ଜାରି, ଦିନକରେ ଆସିଲା ଆଉ ୨.୬୪ ଲକ୍ଷ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ସଂକ୍ରମଣର ଉପରମୁହାଁ ଧାରା ଜାରି, ଦିନକରେ ଆସିଲା ଆଉ ୨.୬୪ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ସଂକ୍ରମଣର ଉପରମୁହାଁ ଧାରା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୬୪ ହଜାର ୨୦୨ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କରୋନାର ଓମିକ୍ରନ୍ ଭାରିଆଣ୍ଟର

ଏପର୍ଯ୍ୟନ୍ତ ୫୭୫୩ ମାମଲା ଚିହ୍ନଟ ହୋଇଛି |

ଦେଶରେ ଦୈନିକ ପଜିଟିଭିଟି ରେଟ୍ ୧୪.୭୮%କୁ ବୃଦ୍ଧି ପାଇଛି | ଗତକାଲି ତୁଳନାରେ ଦେଶରେ ଆଜି ଦୈନିକ ସଂକ୍ରମଣରେ ୬.୪% ଘଟିଛି । ଗତକାଲି କରୋନାର ଦୁଇ ଲକ୍ଷ ୪୭ ହଜାର ୪୧୭ ମାମଲା ରେକର୍ଡ କରାଯାଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୨ ଲକ୍ଷ ୭୨ ହଜାର ୭୩କୁ ବୃଦ୍ଧି ପାଇଛି। ଏଥି ସହିତ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୫ ହଜାର ୩୫୦କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୩ କୋଟି ୪୮ ଲକ୍ଷ ୨୪ ହଜାର ୭୦୬ ଲୋକ ସୁସ୍ଥ ହୋଇଛନ୍ତି ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୫୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୭୩ ଲକ୍ଷ ୮ ହଜାର ୬୬୯ ଡୋଜ ଟିକା ପ୍ରଦାନ କରାଯାଇଥିଲା । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୧୫୫ କୋଟି ୩୯ ଲକ୍ଷ ୮୧ ହଜାର ୮୧୯ ଡୋ

COVID-19