୨୨୭ ଦିନ ପରେ ୮୦୦ ଟପିଲା କରୋନା ମାମଲା, ଆଉ ତିନି ମୃତ | News Room Odisha

୨୨୭ ଦିନ ପରେ ୮୦୦ ଟପିଲା କରୋନା ମାମଲା, ଆଉ ତିନି ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୮୪୧ ନୂଆ ମାମଲା ରିପୋର୍ଟ ହୋଇଛି। ୨୨୭ ଦିନ ପରେ ଏହି ସଂଖ୍ୟା ସର୍ବାଧିକ ।

କରୋନାର ନୂଆ ମାମଲା ସହ ସକ୍ରିୟ ରୋଗୀ ସଂଖ୍ୟା ୪,୩୦୯କୁ ବୃଦ୍ଧି ପାଇଛି | ରବିବାର ସକାଳ ୮ଟା ସୁଦ୍ଧା ଅପଡେଟ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କେରଳ, କର୍ଣ୍ଣାଟକ ଏବଂ ବିହାରର ଆଉ ତିନି କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ମେ ୧୯ରେ ଭାରତରେ ୮୬୫ଟି ମାମଲା ରିପୋର୍ଟ ହୋଇଥିଲା।