ଓଡ଼ିଆବେଆଇନ ମଦ କାରବାର ବିରୋଧରେ ରାଜ୍ୟବ୍ୟାପୀ ଧରପଗଡ
ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ପରେ ରାଜ୍ୟ ଅବକାରୀ ବିଭାଗ ତତ୍ପରତା ପ୍ରକାଶ କରିଛି। ବେଆଇନ ମଦ କାରବାର ବିରୋଧରେ ୭ ଦିନ କାଳ ଅବକାରୀ ଟିମ୍ ଚଢ଼ାଉ କରିବ ବୋଲି ଏକ ପ୍ରେସ୍ ମିଟରେ ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ୨୦୩ ମାମଲା ରୁଜୁ ହୋଇଥିଲା ବେଳେ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ୧୦ ହଜାର ଲିଟର ପୋଚ ନଷ୍ଟ ଓ ୧୦୩୩୮ ଲିଟର ମଦ ଜବତ କରିଛି ଅବକାରୀ [...]
ଓଡ଼ିଆଚିକିଟି ମଦ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ୧୨ ଘଣ୍ଟା ମଧ୍ୟରେ ଆଉ ଜଣଙ୍କର ଜୀବନ ଯାଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲ ଆଇସିୟୁରେ ଜୁର ବେହେରାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ମଧ୍ୟାହ୍ନରେ ସେହି ଚିକିଟି ବ୍ଲକ୍ ଜେନାପୁର ଗ୍ରାମର ଲୋକନାଥ ବେହେରା ଓରଫ ମାଲ (୩୫)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର [...]
ଓଡ଼ିଆଚିକିଟି ବିଷାକ୍ତ ମଦ୍ୟପାନ ଘଟଣା: ଜଣଙ୍କ ମୃତ୍ୟୁ, ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଅଞ୍ଚଳବାସୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଆଇସିୟୁରେ ଭର୍ତ୍ତି ଥିବା ଜୁର ବେହେରାଙ୍କ ମଙ୍ଗଳବାର ମଧ୍ୟରାତ୍ରରେ ମୃତ୍ୟୁ ଘଟିଛି। ଆଉ ଜଣେ ପ୍ରଦୀପ ବେହେରା ଏବେବି ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ମୃତ ଜୁରଙ୍କ ସାନ ପୁଅ ଶିବ ବେହେରା ବାପାଙ୍କ ମୃତ୍ୟୁକୁ ସ୍ବୀକାର କରିଛନ୍ତି। ମୃତକଙ୍କ ଘର ଚିକିଟି ବ୍ଲକ୍ ଜେନାପୁର ଗାଁ। ସେପଟେ ମଦ ମୃତ୍ୟୁ ଘଟଣାରେ [...]
ଓଡ଼ିଆଜୟନ୍ତୀ ଅବସରରେ ରାଜୀବ ଗାନ୍ଧୀଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି
ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ରାଜଧାନୀ ଭୁବନେଶ୍ଵର ରାଜୀବଭବନସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଅମିତ୍ ପାତାଳସିଂହ, ଜୟ ଓଡ଼ିଶା ପକ୍ଷରୁ ହରପ୍ରିୟା ପଟ୍ଟଯୋଶୀ, ସ୍ଵରାଜ [...]
ଓଡ଼ିଆସଚିବ ସ୍ତରୀୟ ବୈଠକ: ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବ ମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା [...]
ଓଡ଼ିଆ୨୩ ତାରିଖରେ ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଧୁକ ସ୍ଥାନାନ୍ତରଣ
ପୁରୀ: ଆସନ୍ତା ୨୩ ତାରିଖରେ ବାହାର ଏବଂ ଭିତର ରତ୍ନଭଣ୍ଡାର ରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ। ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ। ତେଣୁ ଏହି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ବା [...]
ଓଡ଼ିଆବିଷାକ୍ତ ମଦ୍ୟପାନ ଘଟଣା: ଆଉ ୫ ଚିକିଟି ଡାକ୍ତରଖାନାରେ ଭର୍ତ୍ତି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଆଉ ୫ ଜଣ ଅସୁସ୍ଥ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ପାର୍ କରିଛି। ସେପଟେ ଅନ୍ୟୁନ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଜଣକୁ ଏମକେସିଜି ଅଣାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି [...]
ଓଡ଼ିଆଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦର ତାଣ୍ଡବ: ୧୫ରୁ ଅଧିକ ଗୁରୁତର ଅସୁସ୍ଥ
ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶକୁ ଲାଗିଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ନିର୍ବାଚନ ମଣ୍ଡଳୀର ଚିକିଟି ଅଞ୍ଚଳରେ ବିଷାକ୍ତ ମଦ୍ୟପାନର ତାଣ୍ଡବ ଦେଖାଦେଇଛି। ମାଉନ୍ଦପୁର ଗ୍ରାମରେ ବିଷାକ୍ତ ଓ ଭେଜାଲ ମଦ ପିଇ ୧୫ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି। ଅସୁସ୍ଥ ବ୍ୟକ୍ତିମାନେ ନିକଟସ୍ଥ କରବାଲୁଆ ଓ ଜେନାପୁର ଅଞ୍ଚଳର ବୋଲି ଜଣାପଡିଛି। ସୋମବାର ଅପରାହ୍ନରେ ଏମାନେ ମାଉନ୍ଦପୁର ଗାଁର ଏକ ଦୋକାନରୁ ମଦ କିଣି ପିଇବା ପରେ ସନ୍ଧ୍ୟାରୁ [...]
ଓଡ଼ିଆପାରମ୍ପରିକ ବିଧାନରେ ପାଳିତ ହୋଇଯାଇଛି ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ
ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ ଶ୍ରୀମନ୍ଦିରରେ ପାଳିତ ହୋଇଥିଲା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ବିଯେ କରିଥିଲେ । ଏହି ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ପାଟରା ବିଶୋୟୀଙ୍କ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ମହାପ୍ରଭୁଙ୍କୁ ସିଂହାରୀ ସେବକମାନେ ଲାଗି କରାଇବା ପରେ ବଡ଼ଠାକୁରଙ୍କ ଜନ୍ମ ଉତ୍ସବ ପାଇଁ ବ୍ୟବସ୍ଥା [...]
ଓଡ଼ିଆପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପଟିଗୁଡା ପଞ୍ଚାୟତ ସିନ୍ଦୁରପୁର ଗାଁରେ ରବିବାର ଅପରାହ୍ନରେ ଅଘଟଣ ଘଟିଛି। ଗ୍ରାମର ମନ୍ଦିର ପୋଖରୀରେ ବୁଡ଼ି ଦୁଇ ନାବାଳିକା ତୁଳସୀ ଡାକୁଆ ଓ ଶାଳିନୀ ନାୟକଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ଗାଁର ତିନି ଜଣ ନାବାଳିକା ସିନ୍ଦୁରପୁର ଗାଁ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ଜଣେ ଘରକୁ ଫେରି ଆସିଥିଲା। ମାତ୍ର ତୁଳସୀ ଓ ଶାଳିନୀ ଘରକୁ ନ ଆସିବାରୁ ପରିବାର ଲୋକ ଗାଁ ପୋଖରୀକୁ [...]
