ଓଡ଼ିଆଗୀତା ଉପଦେଶ: ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଆତ୍ମଶୁଦ୍ଧି ପାଇଁ ଉପାୟ ବତାଇବାକୁ ଯାଇ କହୁଛନ୍ତି:– ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍। କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍। ଅର୍ଥାତ୍ : ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର [...]
ଓଡ଼ିଆଖଟଶେଜ ଘରକୁ ସ୍ଥାନାନ୍ତର ହେଲା ଭିତର ରତ୍ନଭଣ୍ଡାର ଅଳଙ୍କାର
ପୁରୀ: ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ କମିଟି ସଦସ୍ୟମାନେ ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ପୁଣିଥରେ ଖୋଲି ସମସ୍ତ ଅଳଙ୍କାରକୁ ଖଟସେଜ ଘରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତର କରିଛନ୍ତି । ଆଜି ସକାଳୁ କମିଟି ସଦସ୍ୟମାନେ ପ୍ରଥମେ ସିଂହଦ୍ବାରରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହା ପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀ ଓ ଶ୍ରୀ ଲୋକନାଥଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ [...]
ଓଡ଼ିଆଆଜି ଶ୍ରୀଜୀଉଙ୍କ ରଥ ଉପରେ ଅଧର ପଣା
ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ରାଖିଅ ଅବଧ ଜୋ ଅବଧି ଲଗି ରହତ ନ ଜାନିଅହିଂ ପ୍ରାନ । ଦୀନବଂଧୁ ସୁଂଦର ସୁଖଦ ସୀଲ ସନେହ ନିଧାନ॥ ଭାବାର୍ଥ :- ମାତା ସୀତା ଶ୍ରୀରାମଙ୍କୁ କହିଲେ, ହେ ଦୀନବନ୍ଧୁ ! ହେ ସୌନ୍ଦର୍ଯ୍ୟ ର ଭଣ୍ଡାର !! ହେ ସମସ୍ତ ସୁଖର ଧାମ !! ହେ ଶ୍ରେଷ୍ଠ ଚରିତ୍ର ଆଉ ପ୍ରେମ ଓ ସ୍ନେହର ଭଣ୍ଡାର !! ଯଦି ତୁମେ ୧୪ବର୍ଷ ବନବାସର ପୁରା ସମୟ ମୋତେ [...]
ଓଡ଼ିଆଗୀତା ଉପଦେଶ : ଆସକ୍ତି ତ୍ୟାଗ ପୂର୍ବକ କର୍ମ କରିବା ଉଚିତ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି। ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ । ଅର୍ଥାତ:- ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର,ଇନ୍ଦ୍ରିୟ,ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି। ( ୫ମ / ୧୧ଦଶ ଶ୍ଲୋକ)
ଓଡ଼ିଆମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ ଓ ଅତିରିକ୍ତ ସଚିବ ଭାବେ ଅନୁପମ ସାହା ନିଯୁକ୍ତ
ଭୁବନେଶ୍ୱର: କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବ ବିଜେଡି, ବିଧାୟକଙ୍କୁ ଦାୟିତ୍ବ ବଣ୍ଟନ କଲେ ନବୀନ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବା ପାଇଁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଦାୟିତ୍ବ ଦେଇଛନ୍ତି। ବିଧାନସଭାରେ ବିରୋଧୀ ଦଳର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ରାଜ୍ୟବାସୀଙ୍କ ଅଧିକାର ଓ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ [...]
ଓଡ଼ିଆଭାରତୀୟ ଦଳର ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିକରି ହତ୍ୟା
କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଚଳିତ ମାସ ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଦ୍ୱିପାକ୍ଷିକ ସିରିଜ ପୂର୍ବରୁ ଶ୍ରୀଲଙ୍କାରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତା ବଢ଼ାଇଛି। ଶ୍ରୀଲଙ୍କାର ପୂର୍ବତନ ଅଣ୍ଡର-୧୯ ଅଧିନାୟକ ଧାମିକା ନିରୋଶନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪୧ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି। ନିରୋଶାନ ତାଙ୍କ [...]
ଓଡ଼ିଆଭାରତୀୟ ଟି-୨୦ ଦଳର ଅଧିନାୟକ ଦୌଡ଼ରେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ବିଜୟ ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ନେଇଛନ୍ତି। ଏବେ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଖୋଜା ଚାଲିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରୋହିତଙ୍କ ଉତ୍ତରାଧିକାରୀ ଭାବେ ବିବେଚିତ କରାଯାଉଥିଲେ ମଧ୍ୟ ଏହି ପଦ ପାଇଁ ଏବେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଦାବିଦାର ଭାବେ ଉଭା ହୋଇଛନ୍ତି । ଚଳିତ ମାସରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ପାଣ୍ଡ୍ୟା ନିଜକୁ ଉପଲବ୍ଧ କରାଇଥିଲେ । ହେଲେ ଏବେ ଜାଣିବାକୁ [...]
ଓଡ଼ିଆଆଜି ଶ୍ରୀ କ୍ଷେତ୍ରରେ ସୁନାବେଶ, ଶ୍ରୀଜଗନ୍ନାଥଙ୍କ ସୁନାବେଶର ଐତିହ୍ୟ
ବିଶ୍ବ ଚିନ୍ତାମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରାଙ୍ଗଭୂତ ସୁନାବେଶ ସମସ୍ତଙ୍କପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନା ବେଶ ଅନନ୍ଯ ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ଵର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ। ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା : କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ପ୍ରଭୃତି [...]
