ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସଖି ଜସ ରାମ ଲଖନ କର ଜୋଟା । ତୈସେଇ ଭୂପ ସଂଗ ହୁଇ ଢୋଟା ॥ ସ୍ୟାମ ଗୌର ସବ ଅଂଗ ସୁହାଏ । ତେ ସବ କହହିଂ ଦେଖି ଜେ ଆଏ ॥ ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଜୁଗଳ ମୁର୍ତ୍ତି ଦେଖୁଦେଖୁ ସେହିପରି ଆଉ ଦୁଇ ଜୁଗଳ ମୁର୍ତ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ଗୌର ବର୍ଣ୍ଣ ଓ ଆଉ [...]
ଓଡ଼ିଆଗୀତା ଉପଦେଶ : ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ତାର କଳେବର ପରିବର୍ତ୍ତନ କରିଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦ୍ଵିତୀୟ ଅଧ୍ୟାୟରେ କହୁଛନ୍ତି : – ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି । ତଥା ଶରୀରାଣି ବିହାୟ ଜୀର୍ଣ୍ଣା- ନ୍ୟନ୍ୟାନି ସଂଯାତି ନବାନି ଦେହୀ। ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରନ୍ତି। ସେହିପରି ଆତ୍ମା ମୃତ୍ୟୁ ସମୟରେ ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରେ।
ଓଡ଼ିଆପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ରୁତତମ ତ୍ରିଶତକ ସହ ରେକର୍ଡ ବୁକରେ ତନ୍ମୟ ଅଗ୍ରୱାଲ
ନୂଆଦିଲ୍ଲୀ: ହାଇଦ୍ରାବାଦର ଖେଳାଳି ତନ୍ମୟ ଅଗ୍ରୱାଲ ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଦ୍ରୁତତମ ତ୍ରିଶତକ ହାସଲ କରିବାର ରେକର୍ଡ କରିଛନ୍ତି | ତନ୍ମୟ ଅଗ୍ରୱାଲ ଶୁକ୍ରବାର ଅରୁଣାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ (ଗ୍ରୁପ୍ ପ୍ଲେଟ୍)ରେ ମାତ୍ର ୧୪୭ ବଲରେ ତ୍ରିଶତକ ହାସଲ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ହେଉଛି ଦ୍ରୁତତମ ତ୍ରିଶତକ । ତନ୍ମୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ମାର୍କୋ ମରାଏସଙ୍କ ରେକର୍ଡ ଭାଙ୍ଗିଛନ୍ତି । ମରାଏସ ୨୦୧୭ରେ ଦକ୍ଷିଣ ଆଫ୍ରିକାର ଏକ [...]
ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ସାହସିକତା , ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ
ଭୁବନେଶ୍ୱର – ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଆରକ୍ଷୀ ବାହିନୀ , ରାଜ୍ୟ ଅଗ୍ନିଶମ , ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ରଘୁବର ଦାସ ୨୦୨୩ ମସିହା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ପ୍ରଦାନ କରିଛନ୍ତି । ଆଜି ସ୍ଥାନୀୟ ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ [...]
ଓଡ଼ିଆପ୍ରଥମ ଟେଷ୍ଟ: ଭାରତର ସ୍ଥିତି ମଜଭୁତ କଲେ ରାହୁଲ, ଜାଡେଜା, ୧୭୫ ରନରେ ଅଗ୍ରଣୀ
ହାଇଦ୍ରାବାଦ: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜ ସ୍ଥିତି ମଜଭୁତ କରିନେଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ଓ୍ବିକେଟ୍ ହରାଇ ୪୨୧ ରନ୍ କରିଛି । ଏଥିସହ ଭାରତ ଏଯାବତ୍ ୧୭୫ ରନରେ ଅଗ୍ରଣୀ ହାସଲ କରିବା ସହ ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି | ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୮୧ ଓ ଅକ୍ଷର ପଟେଲ [...]
ଓଡ଼ିଆବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ , ମୃତକଙ୍କ ନିକଟଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ୱର – କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି [...]
ରାଜ୍ୟରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୬ ମୃତ
ଆସିକା – ଆଜି ରାଜ୍ୟରେ ଦୁଇ ପୃଥକ ପୃଥକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡ଼ଭାଗ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ୍ ଓ ପିକ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା [...]
ଓଡ଼ିଆସାଧାରଣତନ୍ତ୍ର ଦିବସ ପରେଡରେ ଭାରତର ସାମରିକ କ୍ଷମତା ଓ ନାରୀ ଶକ୍ତିର ପ୍ରଦର୍ଶନ
ନୂଆଦିଲ୍ଲୀ: ଭାରତ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ଭାରତ ନିଜ ନାରୀଶକ୍ତି ଓ ସାମରିକ କ୍ଷମତାର ପ୍ରଦର୍ଶନ କରିଛି । ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ପୂରା ବିଶ୍ୱ ଭାରତର ସୈନ୍ୟ ଶକ୍ତି ଓ ସାଂସ୍କୃତିକ ବିଭବର ସାକ୍ଷୀ ପାଲଟିଥିଲେ । ଦେଶର ‘ନାରୀ ଶକ୍ତି’ର ପ୍ରତିଫଳିନ ସ୍ବରୂପ ପ୍ରଥମ ଥର ପାଇଁ ସେନାର ସମସ୍ତ [...]
ଓଡ଼ିଆଆସନ୍ତାକାଲି ସମଲେଇ ପ୍ରକଳ୍ପ ଲୋକାର୍ପଣ: ହୋମଯଜ୍ଞ ପାଇଁ ଭବ୍ଯ କଳସ ଶୋଭାଯାତ୍ରା
ସମ୍ବଲପୁର: ସକାଳ ପାହିଲେ ମାଁ ସମଲେଶ୍ବରୀଙ୍କ ପୀଠର ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଏହି ଅବସରରେ ଆସନ୍ତାକାଲି ଠାରୁ ୫ ଦିନ ଧରି ହେବାକୁ ଥିବା ହୋମଯଜ୍ଞ ପାଇଁ ଆଜି ଭବ୍ଯ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ୧୧ ଶହ ମହିଳା ଏଥିରେ ସାମିଲ ହୋଇ ମହାନଦୀ ଘାଟରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଛନ୍ତି। ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ [...]
ଓଡ଼ିଆକର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ – ଦୀର୍ଘ ତିନି ବର୍ଷ ପରେ ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଗଡିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟ ପଥରେ ଆୟୋଜିତ ପରେଡରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼। ଏହି ମେଢରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି,ଐତିହ୍ୟ ଏବଂ ମହିଳା ସଶକ୍ତିକରଣକୁ ଅତି ଆକର୍ଷଣୀୟ ଭାବେ ଉପସ୍ଥାପନ କରାଯାଇଛି। ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ପଟ୍ଟଚିତ୍ରର ଛାପ ରହିଛି ।ଶିଳ୍ପୀ ଗ୍ରାମ ରଘୁରାଜପୁରର ବିଶ୍ୱବିଦିତ କଳାକୃତି ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇଛି [...]
