ଓଡ଼ିଆଓଡ଼ିଶାର ଦୁଇ ବର୍ଷିୟାନ ଲୋକନୃତ୍ୟ କଳାକାରଙ୍କ ସମେତ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ
ନୂଆଦିଲ୍ଲୀ – ଘୋଷଣା ହୋଇଛି ପଦ୍ମ ସମ୍ମାନ। ଓଡ଼ିଶାର ଦୁଇ ବର୍ଷିୟାନ ଲୋକନୃତ୍ୟ କଳାକାରଙ୍କ ସମେତ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ କୃଷ୍ଣଲୀଳାର ୧୦୭ ବର୍ଷିୟ ସଙ୍ଗୀତକାର ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ।ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ। କଳା କ୍ଷେତ୍ରରେ ଓଡ଼ିଶାର ଆଉ ଦୁଇ ଜଣ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପାଇବେ [...]
ଓଡ଼ିଆରୂପାନ୍ତର ପଥରେ ଆଗେଇ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି, ଅହିଂସା, ନ୍ୟାୟ ,ସମତା ଓ ବିକାଶର ରାସ୍ତାରେ ଆମେ ଚାଲୁଛୁ। ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି। ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୁର୍ଣ ଭୂମିକା ରହିଛି। ଗତ କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର ପଥରେ ଆଗେଇ [...]
ଓଡ଼ିଆନୀତିଶ ପୁଣି ବିଜେପି ସହ ହାତ ମିଳାଇବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ମତଭେଦ ଖବର ମଧ୍ୟରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିବା ସମ୍ଭାବନା ରହିଛି। ରାଜନୀତିରେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଦଳ ମାନଙ୍କ ଉପରେ ନୀତିଶ କୁମାରଙ୍କ କଟାକ୍ଷ ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ‘ଏକ୍ସ’ ପୋଷ୍ଟରେ ପବନର ଦିଗ ପରିବର୍ତ୍ତନ ସହ “ଆଦର୍ଶ ବଦଳାଇବା” ନେଇ ନୀତିଶଙ୍କୁ [...]
ଓଡ଼ିଆଗଞ୍ଜାମ ଜିଲ୍ଲାର ୧୦୭ ବର୍ଷୀୟ କୃଷ୍ଣ ଲୀଳା କଥାକାର ପାଇବେ ପଦ୍ମଶ୍ରୀ ସମ୍ମାନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋବିନ୍ଦପୁର ଗ୍ରାମରେ ୧୯୧୮ ମସିହାରେ ଜନ୍ମିତ ଶ୍ରୀ ଗୋପୀନାଥ ସ୍ବାଇଁ ପାଇବେ ପଦ୍ମଶ୍ରୀ ସମ୍ମାନ। ଏହି ଅଞ୍ଚଳର ଅନନ୍ୟ ଲୋକକଳା କୃଷ୍ଣ ଲୀଳା କଥାକାର, ଗାୟକ ଭାବେ ସେ ସୁପରିଚିତ। ବାଲ୍ୟକାଳ ମାତ୍ର ୧୦ ବର୍ଷ ବୟସରୁ ବାପା, ବଡ଼ ବାପା ଓ ଅଜାଙ୍କ ଠାରୁ ଶିଖି ପରବର୍ତ୍ତୀ ସମୟରେ ନିଜେ ସେଥିରେ ପାରଙ୍ଗମତା ହାସଲ କରିଥିଲେ ସେ। ଆଉ ଗୁରୁ ଭାବେ ଅନ୍ୟଙ୍କୁ ଶିକ୍ଷା ମଧ୍ୟ ଦେଉଛନ୍ତି ଶ୍ରୀ [...]
ଗୋପାଳପୁର ଶୀଘ୍ର ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଉଜ୍ଜ୍ୱଳ ସ୍ଥାନ ଭାବେ ଲୋକପ୍ରିୟ ହେବ: ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ଦେଶର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଭାବେ ଗୋପାଳପୁର ପ୍ରସିଦ୍ଧ ଳ। ଏହାର ସୁନ୍ଦର ଓ ଶାନ୍ତ ବେଳାଭୂମି ପର୍ଯ୍ୟଟକଙ୍କ ପସନ୍ଦ ଅଟେ। ମୋର ବି ଗୋପାଳପୁର ବେଳାଭୂମି ବହୁତ ପସନ୍ଦ। ଏକ ବନ୍ଦର ଓ ଶିଳ୍ପ ନଗରୀ ଭାବେ ଏହା ସୁନାମ ଅଛି। ଏବେ ସାରା ରାଜ୍ୟରେ ରୂପାନ୍ତରୀକରଣ ପର୍ବ ଚାଲିଛି। ଗଞ୍ଜାମ ମଧ୍ୟ ସେଥିରେ ସାମିଲ ହୋଇଛି। ମା’ ତାରାତାରିଣୀ ମନ୍ଦିରର ନୂଆ ଦୃଶ୍ୟ ଭକ୍ତଙ୍କୁ ଆକୃଷ୍ଟ କରିବା ସହ ଏକ ଦିବ୍ୟ [...]
ଓଡ଼ିଆରୂପାନ୍ତରିତ ଓଡିଶା ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର: ଆଭାସୀ ମାଧ୍ୟମରେ ବଲାଙ୍ଗିରରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ | ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି | ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ ଲୋକକଳାର ପ୍ରୟୋଗ କିପରି କରାଯିବ ଓ କଳାର ଉନ୍ନତି ହେବ ବୋଲି କହିଥିଲେ | ଏହା ଦ୍ୱାରା ଲୋକକଳା , କଳାକାର ତଥା କଳା ମାଧ୍ୟମରେ ସରକାରୀ ଯୋଜନା ସଂପର୍କରେ ସଚେତନ ହେଉଥିବା ଜନତାଙ୍କ ପାଇଁ ସୁନ୍ଦର ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ [...]
ବିଶାଳ ମାନବ ଶୃଙ୍ଖଳ ସୃଷ୍ଟି କଲା ଭୋଟର ଦିବସ ସଚେତନତା
ବ୍ରହ୍ମପୁର: ଚଳିତ ବର୍ଷ ହେଉଛି ସାଧାରଣ ନିର୍ବାଚନର ବର୍ଷ, ବିଶ୍ବର ସର୍ବବୃହତ ସାଧାରଣତନ୍ତ୍ର ରାଷ୍ଟ୍ରରେ ପାଳିତ ହେବ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ମତଦାନର ମହୋତ୍ସବ। ଏଣୁ ଏଥର ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ୧୮ ବର୍ଷରେ ପହଞ୍ଚି ସାରିଥିବା ସମସ୍ତ ନୂଆ ତଥା ଯୁବ ଭୋଟର ଯେପରି ନିଜ ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପ୍ରତି ଅଧିକ ଗୁରୁତ୍ଵ ଦିଆଯାଉଛି। ସେହି ପରିପ୍ରେକ୍ଷୀରେ ଗୁରୁବାର ଜାତୀୟ ଭୋଟର ଦିବସ [...]
ଓଡ଼ିଆ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ରାଜ୍ୟର ସବୁ ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଚାଲିବ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାରମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା । ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ । ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର [...]
ଓଡ଼ିଆଚତୁର୍ଥ ଥର ପାଇଁ ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ପୁରସ୍କାର ଜିତିଲେ କୋହଲି
ଦୁବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ର ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ପୁରସ୍କାର ଜିତିଛନ୍ତି | କୋହଲିଙ୍କ ସହ ଭାରତର ଶୁଭମାନ ଗିଲ୍, ମହମ୍ମଦ ସାମି ଏବଂ ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଥିଲେ। କୋହଲି ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୧୨, ୨୦୧୭ ଓ ୨୦୧୮ରେ ଶ୍ରେଷ୍ଠ ଦିନିକିଆ କ୍ରିକେଟର ବିବେଚିତ ହୋଇଥିଲେ। ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆର ଅଧିନାୟକ [...]
ଓଡ଼ିଆପ୍ରଥମ ଟେଷ୍ଟ: ସ୍ପିନରଙ୍କ ପରେ ଚମକିଲେ ଯଶସ୍ବୀ, ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ
ହାଇଦ୍ରାବାଦ: ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁକରୀ ପ୍ରଦର୍ଶନ ଆଗରେ ଇଂଲଣ୍ଡର ‘ବାଜବଲ୍’ ରଣନୀତି ପ୍ରଭାବହୀନ ସାବ୍ୟସ୍ତ ହୋଇଛି । ଇଂଲଣ୍ଡକୁ ପ୍ରଥମ ଇନିଂସରେ ମାତ୍ର ୨୪୬ ରନରେ ସୀମିତ ରଖିଛନ୍ତି ଭାରତୀୟ ସ୍ପିନର। ଏହାର ଜବାବରେ ଯଶସ୍ବୀ ଜୈସୱାଲଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିନେଇଛି । ଚମତ୍କାର ଫର୍ମରେ ଥିବା ଯୁବ ବ୍ୟାଟର ଜୈସୱାଲ ୭୦ଟି ବଲରେ [...]
