ଓଡ଼ିଆପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଲୋଗୋକୁ ବହୁଳ ଭାବେ ବ୍ୟବହାର ପାଇଁ ସିଏସଙ୍କ ନିର୍ଦ୍ଦେଶ
ଭୁବନେଶ୍ବର – ଫେବ୍ରୁଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା [...]
ଓଡ଼ିଆବଦଳିଲା ପାଣିପାଗ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଓ ଘନ କୁହୁଡି
ଭୁବନେଶ୍ବର – ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ପାଗ ମେଘୁଆ ରହିବା ସହ ୧୫ଟି ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ୪ ଦିନ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସରଦ ବିମଲ ବିଧୁ ବଦନୁ ସୁହାବନ । ନୟନ ନବଲ ରାଜୀବ ଲଜାବନ ॥ ସକଲ ଅଲୌକିକ ସୁଂଦରତାଈ । କହି ନ ଜାଈ ମନହୀଂ ମନ ଭାଈ ॥ ଭାବାର୍ଥ :- ଶ୍ରୀରାମଙ୍କ ସୁନ୍ଦର ଶ୍ରୀମୁଖ ଶରଦ ପୂର୍ଣ୍ଣିମାର ନିର୍ମଳ ଚନ୍ଦ୍ରମା ସମାନ ଦିଶୁଥାଏ, ଆଉ ତାଙ୍କ ମନୋରମ ସୁନ୍ଦର ଆଖିକୁ ଦେଖି ସଜ ପଦ୍ମଫୁଲ ଟି ମଧ୍ୟ ଲାଜେଇଯିବ । ଶ୍ରୀରାମଙ୍କ ଶରୀରର ସମସ୍ତ ସୌଷ୍ଠବର ସୌନ୍ଦର୍ଯ୍ୟ ଅଲୌକିକ [...]
ଓଡ଼ିଆଗୀତା ଉପଦେଶ: ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ଯୋଗୀ ଙ୍କ ସମ୍ବନ୍ଧରେ କହୁଛନ୍ତି : – ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ। ଶୀତୋଷ୍ଣସୁଖଦୁଃଖେଷୁ ତଥା ମାନାପମାନୟୋଃ। ଅର୍ଥାତ:- ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି,ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ,ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି। ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି।
ଓଡ଼ିଆଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ
ଭଦ୍ରକ – ଭଦ୍ରକ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିଜଣଙ୍କର ପ୍ରାଣହାନି ହୋଇଛି। ବାଇକକୁ ଏକ ଟ୍ରକ ଧକ୍କା ଦେବାରୁ ତିନି ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ସହର ରାଣୀତାଲ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜ ସାମ୍ନାରେ ଆଜି ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଆହତ ଆଉ ଜଣେ ଆରୋହୀଙ୍କ ଜିଲ୍ଲା [...]
ଓଡ଼ିଆ୨୦ ଜଣଙ୍କୁ ମିଳିବ ରାଜ୍ୟପାଳଙ୍କ ପୋଲିସ ପଦକ
ଭୁବନେଶ୍ବର – ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ । ଦୁଇ ଜଣ ଆଇଜିଙ୍କ ସମେତ ୨୦ ଜଣଙ୍କୁ ରାଜ୍ୟପାଳଙ୍କ ପଦକ ପାଇଁ ଚୟନ କରାଯାଇଛି । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ । ସେହିଭଳି କ୍ୟାଟୋଗରୀ- ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ରାଜ୍ୟପାଳଙ୍କ ପଦକ [...]
ଓଡ଼ିଆଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ମିଳିବ ରାଜ୍ୟପାଳଙ୍କ ପଦକ
ଭୁବନେଶ୍ୱର – ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ମିଳିବ ରାଜ୍ୟପାଳଙ୍କ ପଦକ । ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଏସପିଙ୍କୁ ୨୦୨୩ ରାଜ୍ୟପାଳଙ୍କ ପଦକ ପାଇଁ ମନୋନୀତ କରାଯାଇଛି। ଏହି ସମ୍ମାନ ପାଇଁ ଜଗମୋହନ ମୀନାଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ବରିଷ୍ଠ ଆଇପିଏସ ଅଧିକାରୀ ଜଗମୋହନ ମୀନା ୨୦୨୩ ଜାନୁଆରୀ ୮ ରେ ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ ଅନୁଗୁଳ ଏସପି ଥିଲେ ।
ଓଡ଼ିଆଜାନୁଆରୀ ୨୨ରେ ଏମ୍ସ ସହ ସବୁ କେନ୍ଦ୍ରୀୟ ହସ୍ପିଟାଲ ଅଧାଦିନ ଛୁଟି, ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀଙ୍କ ତୀବ୍ର ସମାଲୋଚନା
ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨ରେ ସବୁ କେନ୍ଦ୍ରୀୟ ହସ୍ପିଟାଲରେ ମଧ୍ୟ ଅଧା ଦିନ ଛୁଟି ଘୋଷଣା କରାଯାଇଛି। ଏଭଳି ନିଷ୍ପତ୍ତିରେ ବିରୋଧୀ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ଜାନୁଆରୀ ୨୨ରେ ସବୁ କେନ୍ଦ୍ରୀୟ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ବୀମା କମ୍ପାନୀ ପାଇଁ ଅଧା ଦିନ ଛୁଟି ଘୋଷଣା କରିଥିଲେ। ଏବେ ଏମ୍ସ ସହ ସଫଦରଜଙ୍ଗ, ରାମ ମନୋହର ଲୋହିଆ ଭଳି କେନ୍ଦ୍ର ସରକାରଙ୍କ [...]
ଓଡ଼ିଆସାଧାରଣତନ୍ତ୍ର ଦିବସ: କିଏ କେଉଁଠି ପତାକା ଉତ୍ତୋଳନ କରିବେ
ଭୁବନେଶ୍ୱର – ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଓ ପରେଡର ଅଭିବାଦନ ଗ୍ରହଣ କରିବେ, ତାହାର ସୂଚୀ ପ୍ରକାଶ ପାଇଛି। ରାଜ୍ୟପାଳ ରଘୁବର ଦାସ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରିବେ। ମନ୍ତ୍ରୀମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳ, ପ୍ରଦୀପ କୁମାର ଅମାତ ସୁନ୍ଦରଗଡ଼, ପ୍ରଫୁଲ୍ଲ କୁମାର ମଲ୍ଲିକ ପୁରୀ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ [...]
ଓଡ଼ିଆଏକକାଳୀନ ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ଇଭିଏମ୍ ପାଇଁ ୧୦,୦୦୦ କୋଟି ଖର୍ଚ୍ଚ
ନୂଆଦିଲ୍ଲୀ: ଯଦି ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗେ ଅନୁଷ୍ଠିତ ହୁଏ, ତେବେ ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କୁ ଏକ ଚିଠିରେ ଏହା କହିଛନ୍ତି ନିର୍ବାଚନ କମିଶନ । ଏହି ଚିଠିରେ କମିଶନ କହିଛନ୍ତି, ଇଭିଏମର ଜୀବନକାଳ ୧୫ ବର୍ଷ। ଏଭଳି ସ୍ଥଳେ ଏକକାଳୀନ ନିର୍ବାଚନ ହେଲେ ତିନି ରାଉଣ୍ଡ ନିର୍ବାଚନ କରିବା ପାଇଁ ଗୋଟିଏ ଇଭିଏମ୍ [...]
