ଓଡ଼ିଆସମଲେଇ ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ଅଙ୍କୁରାରୋପଣ, ୨୭ ରେ ଲୋକାର୍ପଣ
ସମ୍ବଲପୁର : ମାଁ ସମଲେଶ୍ବରୀଙ୍କ ପୀଠର ବିକାଶ ସଂପର୍କିତ ବହୁଚର୍ଚ୍ଚିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି। ଏହି ମହାନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କରକମଳରେ ଲୋକାର୍ପିତ ହେବ। ଆଉ ଏହି ଅବସରରେ ଆସନ୍ତା ୨୭ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହୋମଯଜ୍ଞ ଏବଂ ଚଣ୍ଡୀପାଠ ହେବାକୁ ଯାଉଛି। ଏଥିପାଇଁ ଆଜି ଅଙ୍କୁରାରୋପଣ ବିଧି ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ସଂପନ୍ନ ହୋଇଛି। ଗତକାଲି ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ [...]
ଖଲ୍ଲିକୋଟ: କାର୍ ଧକ୍କାରେ ଦମ୍ପତି ମୃତ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ନାରାୟଣୀ ଛକରେ ଆଜି ମଧ୍ୟାହ୍ନରେ ଏକ କାର୍ ଧକ୍କାରେ ବାଇକ୍ ଆରୋହୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକ ପାଖରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ (୫୬) ଓ ତାଙ୍କ ପତ୍ନୀ କାବୁଲି ପ୍ରଧାନ (୫୦)। ଏକ ବାଇକ୍ ଯୋଗେ ଖାରିବନ୍ଧରେ ରହୁଥିବା ନାତିକୁ [...]
ଓଡ଼ିଆଭକ୍ତିପୂର୍ଣ୍ଣ ପରିବେଶରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ
ଅଯୋଧ୍ୟା: ଏକ ଭକ୍ତିପୂର୍ଣ୍ଣ ପରିବେଶରେ ସୋମବାର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ନିଜ ଜନ୍ମଭୂମିରେ ବିରାଜମାନ ହୋଇଛନ୍ତି ରାମଲଲା । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ରୀତିନୀତିରେ ମୁଖ୍ୟ କର୍ତ୍ତା ଭାବେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶ ଓ ବିଦେଶରେ କୋଟି କୋଟି ଶ୍ରଦ୍ଧାଳୁ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଥିଲେ। ପ୍ରାଣ ପ୍ରତିଷ୍ଠା ବେଳେ ସେନା ହେଲିକପ୍ଟରଗୁଡ଼ିକ ନବ ନିର୍ମିତ ରାମ ଜନ୍ମଭୂମି ମନ୍ଦିରରେ [...]
ଓଡ଼ିଆରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଅଯୋଧ୍ୟାରେ ରାମ ଲଲାଙ୍କ ଆଜି ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇଛି । କୋଟି କୋଟି ଶ୍ରଦ୍ଧାଳୁ ଘରେ ବସି ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଛନ୍ତି। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର [...]
ଓଡ଼ିଆରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସିଧା ପ୍ରସାରଣ ଉପରେ ରୋକ୍, ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ତାମିଲନାଡୁରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଥିବା ଅଭିଯୋଗ ହୋଇଛି। ଏନେଇ ସୁପ୍ରିମକୋର୍ଟରେ ଦାୟର ଏକ ପିଟିସନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡୁ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତିି । ଏହି ନୋଟିସର ଜବାବ ଦେଇଛନ୍ତି ତାମିଲନାଡୁ ସରକାର। ରାଜ୍ୟରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ କୌଣସି ରୋକ୍ ଲାଗି ନାହିଁ । ରାଜ୍ୟର ମନ୍ଦିର ଗୁଡ଼ିକରେ ମଧ୍ୟ ପୂଜା, [...]
ଓଡ଼ିଆଏକକାଳୀନ ନିର୍ବାଚନ ସପକ୍ଷରେ ୮୧ ପ୍ରତିଶତ ଲୋକ
ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଧାରଣ ଲୋକଙ୍କ ଠାରୁ ମତାମତ ଲୋଡ଼ିଥିଲା । ଏନେଇ କମିଟିକୁ ପ୍ରାୟ ୨୧ ହଜାର ପ୍ରସ୍ତାବ ମିଳିଛି । ଏଥିମଧ୍ୟରୁ ୮୧ ପ୍ରତିଶତ ଲୋକ ଦେଶରେ ଏକକାଳୀନ ନିର୍ବାଚନକୁ ସମର୍ଥନ କରିଛନ୍ତି। ଏ ସମ୍ପର୍କରେ ଦେଶର ୪୬ଟି ରାଜନୈତିକ ଦଳମାନଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଥିବା କୁହାଯାଇଛି । କମିଟି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, [...]
ଓଡ଼ିଆବିଲକିସ୍ ବାନୋ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆତ୍ମସମର୍ପଣ
ଗୋଧ୍ରା: ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ଆତ୍ମସମର୍ପଣ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୧ ଜଣ ଦୋଷୀ ରବିବାର ବିଳମ୍ବିତ ରାତିରେ ଗୁଜରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବ୍ ଜେଲରେ ଆତ୍ମସମର୍ପଣ କରିଥିଲେ । ଗୋଧ୍ରା କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଏନ.ଏଲ୍ ଦେଶାଇ ଏହି ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଦୋଷୀମାନଙ୍କୁ ଜାନୁଆରୀ ୨୧ ସୁଦ୍ଧା ଆତ୍ମମମର୍ପଣ କରିବାକୁ କହିଥିଲେ। କୋର୍ଟଙ୍କ ଦ୍ବାରା [...]
ଆଜି ପୁରୀ ଆସିବ ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସଂଗୃହୀତ ‘ଅର୍ପଣ’ ଦାନ : ଶ୍ରୀମନ୍ଦିର ଡୋନେସନ ସେଲରେ କରାଯିବ ଜମା

ଓଡ଼ିଆଆଜି ପୁରୀ ଆସିବ ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସଂଗୃହୀତ ‘ଅର୍ପଣ’ ଦାନ : ଶ୍ରୀମନ୍ଦିର ଡୋନେସନ ସେଲରେ କରାଯିବ ଜମା
ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ରାଜ୍ୟରେ ‘ଅର୍ପଣ ରଥ’ ଦ୍ୱାରା ଘରୁ ଘରୁ ସଂଗୃହୀତ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ ହିଁ ଲାଗିବ। ତେବେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍ ସେଲ୍ରେ ଜମା ହେବ। ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲ୍ରେ ଦେବେ। ଆଜିଠୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍ରେ ସଂଗୃହୀତ ଦାନ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର [...]
ଓଡ଼ିଆଆଜି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା, ସମଗ୍ର ଦେଶ ରାମମୟ
ଅଯୋଧ୍ୟା: ଯେଉଁ ମୁହୂର୍ତ୍ତକୁ ଅଗଣିତ ଭକ୍ତ ବହୁବର୍ଷ ଧରି ଅପେକ୍ଷା କରି ରହିଥିଲେ ତାହା ଶେଷରେ ଉପନୀତ ହୋଇଛି । ଆଜି ହେବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଆସିବେ ପ୍ରଭୁ ଶ୍ରୀରାମ । ଏଥିପାଇଁ ଅଯୋଧ୍ୟା ଉତ୍ସବମୁଖର ହୋଇ ଉଠିଥିବା ବେଳେ ସମଗ୍ର ଦେଶ ରାମମୟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନ ଭାବେ ଦାୟିତ୍ଵ ତୁଲାଇବେ ।ପ୍ରାଣ ପ୍ରତିଷ୍ଠା ଉତ୍ସବ [...]
ଓଡ଼ିଆଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଆଜି ରାଜ୍ୟରେ ହାଫ୍ ଡେ’ ଛୁଟି
ଭୁବନେଶ୍ବର – ଆଜି ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଆଜି ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ଅପରାହ୍ନ ୨ଟା ୩୦ ଯାଏଁ ସରକାରୀ ଅଫିସ ଛୁଟି ରହିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ମଧ୍ୟ ଆଜି ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ । ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ [...]
