ଓଡ଼ିଆପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଇରାନର ମିସାଇଲ୍ ମାଡ଼
ତେହେରାନ୍: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ମିସାଇଲ୍ ମାଡ଼ କରିଛି ଇରାନ। ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନର ରିଭୋଲ୍ୟୁସାରୀ ଗାର୍ଡ ‘ଜୈଶୁଲ ଅଦଲ’ ନାମକ ଆତଙ୍କବାଦୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆତଙ୍କବାଦୀ ସଂଗଠନ ନିକଟରେ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ପାକିସ୍ତାନରେ ଥିବା ସମ୍ପୃକ୍ତ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ୍ କରିଛି। ଇରାନ ଗଣମାଧ୍ୟମ ମୁତାବକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଏହି [...]
ଓଡ଼ିଆସଂକ୍ଷେପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଲୋକାର୍ପଣ ହେବ । ଆସନ୍ତା ସଂକ୍ଷେପରେ ଏହି ପ୍ରକଳ୍ପ ଉପରେ ନଜର ପକାଇବା । * ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ପରିସର ମଧ୍ୟରେ ଥିବା ସମସ୍ତ ଆବାସିକ ଓ ବ୍ୟବସାୟିକ କୋଠା ଉଚ୍ଛେଦ କରାଯାଇ ଶ୍ରୀମନ୍ଦିରର ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ବ୍ୟବସ୍ଥା। * ମେଘନାଦ ପାଚେରୀ ଚାରିପାଖରେ ନିର୍ମାଣ କରାଯାଇଥିବା ପ୍ରଦକ୍ଷିଣ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷାକର୍ମୀ, ସୁରକ୍ଷା ଗାଡ଼ି, ଅଗ୍ନିଶମ ଗାଡ଼ି [...]
ଓଡ଼ିଆଭକ୍ତଙ୍କୁ ମିଳିବ ଦିବ୍ୟ ଆଧ୍ୟାତ୍ମିକ ଅନୁଭୂତି : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ପୁରୀ – ଆଜି ପୌଷ ଶୁକ୍ଳ ସପ୍ତମୀ ଜାନୁଆରୀ ୧୭ ତାରିଖ । ଆଜି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଜଗତର ନାଥ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଯିବ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଚାଲିଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ସହ ଉଦଘାଟିତ ହେବ ପରିକ୍ରମା ପ୍ରକଳ୍ପ। ଭକ୍ତ ପାଇବେ ଦିବ୍ୟ ଆଧ୍ୟାତ୍ମିକ ଅନୁଭୂତି । ଗଜପତି ମହାରାଜା ଦିବ୍ୟସିଂହ ଦେବ [...]
ଓଡ଼ିଆପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନକୁ ସିଏସଙ୍କ ଅପିଲ୍
ଭୁବନେଶ୍ୱର – ଜାନୁଆରୀ ୧୭ ତାରିଖ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବ । ଭକ୍ତି ଓ ଉଲ୍ଲାସର ସହ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ସରକାରଙ୍କ ପରିଚାଳନାଧିନ ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ନିମନ୍ତେ ଛୁଟି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରୁ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ [...]
ଓଡ଼ିଆଲାଞ୍ଚ ମାମଲାରେ ମେଡିକାଲ ଅଫିସର ଦୋଷୀ, ୨ ବର୍ଷ ଜେଲ୍ ଓ ଜୋରିମାନା ଆଦେଶ ଦେଲେ ଭିଜିଲାନ୍ସ କୋର୍ଟ
ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଆଦେଶ ଦେଇଛନ୍ତି କୋର୍ଟ । ୨୦୧୪ [...]
ଓଡ଼ିଆକୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ, ସଂଖ୍ୟା ୧୦କୁ ବୃଦ୍ଧି
ନୂଆଦିଲ୍ଲୀ: ‘ପ୍ରୋଜେକ୍ଟ ଚିତା’କୁ ଲାଗିଛି ପୁଣି ଏକ ଝଟକା । ନାମିବ୍ୟାରୁ ଭାରତ ଅଣାଯାଇଥିବା ଆଉ ଏକ ଚିତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଏହି ଜାତୀୟ ଉଦ୍ୟାନରେ ୧୦ଟି ଚିତାବାଘଙ୍କ ମୃତ୍ୟୁ ହେଲାଣି । ସେଥିମଧ୍ୟରୁ ୩ଟି ଶାବକ । ସିଂହ ପ୍ରକଳ୍ପର ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ମଙ୍ଗଳବାର (ଜାନୁୟାରୀ ୧୬) ପ୍ରାୟ ୩ଟା ୧୭ ମିନିଟରେ ନାମିବ୍ୟାରୁ ଆସିଥିବା ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ [...]
ଓଡ଼ିଆସମଲେଇ ପ୍ରକଳ୍ପ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତି: ଆରଡିସିଙ୍କ ସମୀକ୍ଷା
ସମ୍ବଲପୁର: ଆସନ୍ତା ୨୭ ତାରିଖରେ ମାଁ ସମଲେଶ୍ବରୀଙ୍କ ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଚୂଡାନ୍ତ ହୋଇଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲା ସମେତ ଛତିଶଗଡର ବିଭିନ୍ନ ମନ୍ଦିରରେ ମଧ୍ଯ ନିମନ୍ତ୍ରଣ ପ୍ରଦାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଏହାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପ ଉଦଘାଟନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। [...]
ଓଡ଼ିଆସମଲେଇ ପ୍ରକଳ୍ପ ଉଦଘାଟନ ନିମନ୍ତ୍ରଣ ପାଇଁ ବାହାରିଲେ ୫ ଦଳ, ଓଡିଶା ଓ ଛତିଶଗଡର ୧୩୭ ମନ୍ଦିରକୁ ନିଉତା
ସମ୍ବଲପୁର: ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଉଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, ବୌଦ୍ଧ, ନୟାଗଡ଼କୁ ନିମନ୍ତ୍ରଣ ଦିଆଯିବ। ୧୭ ତାରିଖରେ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀକୁ ନିମନ୍ତ୍ରଣ ଦିଆଯିବ। ୧୮ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମାଲକାନଗିରି, ରାୟଗଡ଼ା, ବରଗଡ଼, [...]
ଓଡ଼ିଆଲୋକାର୍ପିତ ହେଲା ଗାନ୍ଧୀ ଭବନ ଲାଇବ୍ରେରୀ
ବଲାଙ୍ଗିର: ଲୋକାର୍ପିତ ହେଇଛି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗାନ୍ଧୀ ଭବନ ଲାଇବ୍ରେରୀ । ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ଉଦଘାଟନ କରିବା ସହ ପିଲାମାନଙ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି କହିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ଏହା ଯତ୍ନ ନେବା ସହ ଏଠାରୁ ଅଧିକ ରୁ ଅଧିକ ପିଲା ସଫଳ ହୁଅନ୍ତୁ ବୋଲି କହିଥିଲେ । ୫୦ ବର୍ଷର ଏହି କୋଠା ରୂପାନ୍ତିକରଣ ପରେ ଖୁବସୁନ୍ଦର ହୋଇଛି । [...]
ଓଡ଼ିଆରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କୋହଲିଙ୍କୁ ନିମନ୍ତ୍ରଣ
ମୁମ୍ବାଇ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଷ୍ଟାର କ୍ରିକେଟର୍ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ କରାଯାଇଛି । ଜାନୁଆରୀ ୧୬ରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ନିମନ୍ତ୍ରଣ ପତ୍ର ଦିଆଯାଇଛି | ପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇଛି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର [...]
