ଓଡ଼ିଆମଥୁରା ଶାହି ଇଦଗାହରେ ସର୍ଭେ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ
ନୂଆଦିଲ୍ଲୀ: ମଥୁରାର ଶ୍ରୀକୃଷ୍ଣ ମନ୍ଦିର ନିକଟରେ ଥିବା ଶାହି ଇଦଗାହ ମସଜିଦରେ କୋର୍ଟ ତତ୍ତ୍ଵାବଧାନରେ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ୧୪ ଡିସେମ୍ବର ୨୦୨୩ରେ ନିଜ ଆଦେଶର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତିି । କୋର୍ଟ ତାଙ୍କର ଉକ୍ତ ଆଦେଶରେ ମସଜିଦ ପରିସରରେ ସର୍ଭେ ତଦାରଖ କରିବା ପାଇଁ ଜଣେ କୋର୍ଟ କମିଶନରଙ୍କୁ ନିଯୁକ୍ତି [...]
ଓଡ଼ିଆଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାଡ଼ ମାରିଥିବା ଯାତ୍ରୀ ହନିମୁନ୍ ପାଇଁ ଗୋଆ ଯାଉଥିଲେ
ନୂଆଦିଲ୍ଲୀ: ବିମାନ ୧୩ ଘଣ୍ଟା ବିଳମ୍ବ ହେବାରୁ ରାଗିଯାଇ ପାଇଲଟଙ୍କୁ ଯେଉଁ ଯାତ୍ରୀ ଜଣକ ମାଡ଼ ମାରିଥିଲେ, ସେ ତାଙ୍କ ହନିମୁନ୍ ପାଇଁ ଗୋଆ ଯାଉଥିଲେ ବୋଲି ଜଣାପଡ଼ିଛି। ପାଇଲଟଙ୍କୁ ମାଡ଼ ଘଟଣା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ତାଙ୍କୁ ଜାମିନ ମିଳିଛି। ଏହି ଘଟଣାର ରବିବାର ରାତିରେ ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିଲା । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଅଭିଯୁକ୍ତ ଯାତ୍ରୀଙ୍କ ନାଁ ହେଉଛି ସାହିଲ କଟାରିଆ । [...]
ଓଡ଼ିଆଆଇଏମ୍ଏଫ୍ ର ଆକଳନ: ଲୋକଙ୍କ ଚାକିରି ଖାଇବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବେ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି । ଏହି ଟେକ୍ନୋଲୋଜି ଦ୍ବାରା ଅନେକ ଜଟିଳ କାର୍ଯ୍ୟ କମ୍ ସମୟ ମଧ୍ୟରେ ହେଇପାରୁଛି । ଏଭଳି ସ୍ଥଳେ ଅନେକ କମ୍ପାନୀ ମାନବ ସମ୍ବଳ ଉପରେ ନିର୍ଭର କରିବା ପରିବର୍ତ୍ତେ ଏଣିକି ଏଆଇ ଟେକ୍ନୋଲୋଜିର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କଲେଣି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ବର ଲକ୍ଷାଧିକ ଚାକିରିଆ ଲୋକଙ୍କୁ ଅସୁବିଧାରେ ପକାଇପାରେ ବୋଲି ଆନ୍ତର୍ଜାତୀୟ ମୁଦ୍ରା [...]
ବିମାନ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ହ୍ବାଟସଆପ୍, ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦିଆଯିବ, ଡିଜିସିଏ ଜାରି କଲା ଏସ୍ଓପି

ଓଡ଼ିଆବିମାନ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ହ୍ବାଟସଆପ୍, ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦିଆଯିବ, ଡିଜିସିଏ ଜାରି କଲା ଏସ୍ଓପି
ନୂଆଦିଲ୍ଲୀ: ଘନ କୁହୁଡି ଯୋଗୁଁ ଦିଲ୍ଲୀରୁ ଅନେକ ବିମାନ ବିଳମ୍ବ ଓ ବାତିଲ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିଛି ବିମାନ ୧୦ ରୁ ୧୨ ଘଣ୍ଟା ବିଳମ୍ବରେ ଚାଲୁଛି । ଫଳରେ ଯାତ୍ରୀମାନେ ହଟହଟା ହେଉଛନ୍ତି | ବିମାନ ଉଡ଼ାଣରେ ବିଳମ୍ବ ଯୋଗୁଁ ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀ ପାଇଲଟଙ୍କୁ ମାଡ଼ ମାରିଥିଲେ । ବିମାନ ଚଳାଚଳ ସମ୍ପର୍କିତ ସୂଚନା ପ୍ରଦାନକୁ ବ୍ୟବସ୍ଥିତ କରିବା ପାଇଁ ବେସାମରିକ ବିମାନ [...]
ଓଡ଼ିଆଆଜିଠୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରୀତିନୀତି ଆରମ୍ଭ
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସାତ ଦିନ ବ୍ୟାପୀ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇଛି । ଜାନୁଆରୀ ୨୨ରେ ଏହି ମନ୍ଦିରର ଉଦଘାଟନ ହେବ । ମନ୍ଦିର ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ଯଜମାନ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ପ୍ରାଣ ପ୍ରତିଷ୍ଠା ନୀତି ସମ୍ପାଦନ କରିବେ। ଆଜି ସରାୟୁ ନଦୀ କୂଳରେ ଦଶାବିଧ ସ୍ନାନ, ବିଷ୍ଣୁ ପୂଜା ଏବଂ ଗୋ ତର୍ପଣ ଆଦି ଅନୁଷ୍ଠିତ ହେବ। [...]
ଓଡ଼ିଆବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ
ବରଗଡ଼ – ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ ହୋଇଛି । ଆରମ୍ଭ ହୋଇଛି କଂସ ରାଜୁତି। ବରଗଡ଼ ସହର ପାଲଟି ଯାଇଛି ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଛି ଗୋପପୁର। ଜିରା ନଦୀ ପାଲଟିଛି ଯମୁନା। ୧୧ ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପୌରାଣିକ କଥା ବସ୍ତୁକୁ ନେଇ ଧନୁଯାତ୍ରା ଅଭିନୀତ ହେବ । ପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ଗାନ୍ଧିଛକ ଠାରୁ ବାହାରି ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଥିଲା । ସେଠାରେ [...]
ଓଡ଼ିଆପୁରୀ ଜିଲ୍ଲା ପାଇଁ ଚାରି ନୂଆ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ
ଭୁବନେଶ୍ୱର – ପୁରୀ ଜିଲ୍ଲା ପାଇଁ ଚାରି ଜଣ ନେତାଙ୍କୁ ନୂଆ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦେଇଛନ୍ତି। ସତ୍ୟବାଦୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୋଦ ସାମଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। କାଶୀନାଥ ରଣାଙ୍କୁ ପୁରୀ ଓ କାକଟପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ପ୍ରତାପ [...]
ଓଡ଼ିଆକେଓ୍ବାଇସି ଅସମ୍ପୂର୍ଣ୍ଣ ଥିଲେ ଜାନୁଆରୀ ୩୧ ପରେ ନିଷ୍କ୍ରିୟ ହୋଇଯିବ ଫାଷ୍ଟାଗ୍
ନୂଆଦିଲ୍ଲୀ: ଆକାଉଣ୍ଟରେ ଅର୍ଥରାଶି ଥିଲେ ମଧ୍ୟ ଯଦି କେଓ୍ବାଇସି ଅସମ୍ପୂର୍ଣ୍ଣ ଥିବ, ତେବେ ଜାନୁୟାରୀ ୩୧ ପରେ ସମ୍ପୃକ୍ତ ଫାଷ୍ଟାଗ୍ ନିଷ୍କ୍ରିୟ ହୋଇଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ସୋମବାର କହିଛି। ଏକାଧିକ ଯାନ ପାଇଁ ଗୋଟିଏ ଫାଷ୍ଟାଗ୍ ର ବ୍ୟବହାର କିମ୍ବା ସେହି ନିର୍ଦ୍ଦିଷ୍ଟ ଯାନ ସହ ଏକାଧିକ ଫାଷ୍ଟାଗ୍ ଲିଙ୍କ୍ ରୋକିବାକୁ ଏନ୍ଏଚ୍ଏଆଇ ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟାଗ୍’ ନୀତି ଆରମ୍ଭ କରିଛି | ରାଷ୍ଟ୍ରାୟତ୍ତ ସଂସ୍ଥା ଏନ୍ଏଚ୍ଏଆଇ ଏକ ବିବୃତ୍ତିରେ କହିଛି, [...]
ଓଡ଼ିଆଘରେ ଘରେ ଦୀପ ଜାଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ୱର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆନନ୍ଦ , ଭକ୍ତି ଓ ସମର୍ପଣ ଭାବ ସହ ଲୋକାର୍ପଣ ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀପ ଜାଳିବା ସହ ଶଙ୍ଖ ଫୁଙ୍କି, ଘଣ୍ଟ ବଜାଇ ଓ ଭଜନ କୀର୍ତ୍ତନ କରି ଲୋକାର୍ପଣ ଉତ୍ସବ [...]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପୁରୀରେ ୫-ଟି ଅଧ୍ୟକ୍ଷଙ୍କ ଉଚ୍ଚସ୍ତରୀୟ ବୈଠକ
ପୁରୀ – ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଆଜି ପୁରୀ ଯାଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ସମସ୍ତ କର୍ମକର୍ତ୍ତା ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ୫-ଟି ଅଧ୍ୟକ୍ଷ । ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, କେନ୍ଦ୍ରାଞ୍ଚଳ [...]
