ଓଡ଼ିଆଆଜି ସଫଳା ଏକାଦଶୀ ବ୍ରତ, ଏହି ବ୍ରତ କରିବା ଦ୍ୱାରା ଅଜାଣତରେ କରିଥିବା ଜୀବହତ୍ୟା ଦୋଷ କ୍ଷୟ ହୋଇଥାଏ
‘ସଫଳା ଏକାଦଶୀ’ ବ୍ରତକଥା ଟି ସତ୍ୟଯୁଗର ଏକ ଘଟଣା ଅଟେ। ସେହି କଥା ଅନୁସାରେ, ସତ୍ୟ ଯୁଗରେ ଚମ୍ପାବତୀ ନାମକ ନଗରରେ ମାହିଷ୍ମତ ନାମରେ ଜଣେ ରାଜା ଥିଲେ। ତାଙ୍କର ଥିଲେ ଚାରିପୁତ୍ର। ଚାରିଜଣ ଯାକ ଥିଲେ ଦୁରାଚାରୀ। ସବୁଠୁ ଦୁରାଚାରୀ ଥିଲା ଜ୍ୟେଷ୍ଠପୁତ୍ର ଲମ୍ବକ। ଲମ୍ବକର ସ୍ୱଭାବ ଓ ଚରିତ୍ରରେ ଅତିଷ୍ଠ ହୋଇ ମାହିଷ୍ମତ ତାକୁ ରାଜ୍ୟରୁ ନିର୍ବାସିତ କରିଦେଲେ। ଫଳରେ ସେ ବନକୁ ଯାଇ, ପଶୁପକ୍ଷୀ ମାରି, ମାଂସ ଖାଇ, ଜୀବନ ବିତାଇବାକୁ ଲାଗିଲା। [...]
ଓଡ଼ିଆଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନହିଂ ତବ ଆଦି ମଧ୍ୟ ଅବସାନା । ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥ ଭବ ଭବ ବିଭବ ପରାଭବ କାରିନି । ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥ ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର [...]
ଓଡ଼ିଆଗୀତା ଉପଦେଶ:- ହେ ଅର୍ଜ୍ଜୁନ ! ଜଗତର ପ୍ରତ୍ୟେକଟି ବସ୍ତୁ ମୋର ଅଂଶ ବିଶେଷ
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି:-ଅଲୌକିକ ବିଶ୍ୱରୂପର ସମ୍ପର୍କରେ – ତତ୍ରୈକସ୍ଥଂ ଜଗତ୍କୃତ୍ସ୍ନଂ ପ୍ରବିଭକ୍ତମନେକଧା । ଅପଶ୍ୟଦ୍ଦେବଦେବସ୍ୟ ଶରୀରେ ପାଣ୍ଡବସ୍ତଦା । ।।୧୩।। ଅର୍ଥାତ :- ବିଶ୍ୱରୂପର ବିସ୍ମୟକର ଅଲୌକିକତା ବର୍ଣ୍ଣନା କରିବା ପରେ, ସଞ୍ଜୟ କହୁଛନ୍ତି ଯେ ସମଗ୍ର ସୃଷ୍ଟି ଏହା ମଧ୍ୟରେ ସମାହିତ । ଆହୁରି ବିସ୍ମୟକର ଏହା ଯେ ଅର୍ଜୁନ ଦେଖିବାକୁ ପାଉଛନ୍ତି, ସମଗ୍ର ସୃଷ୍ଟି ଶ୍ରୀକୃଷ୍ଣଙ୍କ ଶରୀରରେ ଗୋଟିଏ ସ୍ଥାନରେ ଅବସ୍ଥିତ । ସେ ଦେଖିବାକୁ ପାଇଲେ ଯେ ସମ୍ପୂର୍ଣ୍ଣ ସୃଷ୍ଟି ଅନ୍ତର୍ଗତ ଅଗଣିତ [...]
ଓଡ଼ିଆସାଧାରଣ ଲୋକଙ୍କ ଠାରୁ ମତାମତ ଲୋଡ଼ିଲା ଏକକାଳୀନ ନିର୍ବାଚନ ପ୍ୟାନେଲ
ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ ସଂକ୍ରାନ୍ତରେ ନିକଟରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ କମିଟି ଏବେ ସାଧାରଣ ଲୋକଙ୍କ ମତାମତ ଲୋଡିଛି। ଏନେଇ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରସଙ୍ଗରେ କମିଟି ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି, ଦେଶରେ ଏକକାଳୀନ ନିର୍ବାଚନ କରିବା ପାଇଁ ପ୍ରଚଳିତ ଆଇନଗତ ପ୍ରଶାସନିକ ଢାଞ୍ଚାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ସାଧାରଣ [...]
ଓଡ଼ିଆସମ୍ବଲପୁରରେ ହେବ କ୍ରୀଡାର ବିକାଶ: ବୁର୍ଲା ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ସମ୍ବଲପୁର – ସମ୍ବଲପୁରରେ କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁର୍ଲାରେ ୩୨ କୋଟି ବ୍ୟୟରେ ନିର୍ମିତ ଇନଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏଥିସହ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୟୁନିଭର୍ସିଟି ସ୍ପୋର୍ଟସ କମ୍ପ୍ଲେକ୍ସର ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । [...]
ଓରମାସ ମେଳାରେ ‘ମୋ ସ୍କୁଲ୍ ଅଭିଯାନ’ ଷ୍ଟଲ୍ , ପ୍ରଦର୍ଶିତ ହେଲା କଫି ଟେବୁଲ୍ ବୁକ୍, ସୂଚନାପତ୍ର
ଭୁବନେଶ୍ୱର – ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ ‘ଶିଶିର ସରସ’ ମେଳାରେ ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ଏକ ସୁନ୍ଦର ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଷ୍ଟଲ୍ ଖୋଲାଯାଇଛି। ଏଥିରେ ‘ମୋ ସ୍କୁଲ୍ ଅଭିଯାନ’ର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦର୍ଶିତ ହୋଇଛି। ଏଥିସହ କଫି ଟେବୁଲ [...]
ଓଡ଼ିଆଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପର ହେବ ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ନିମନ୍ତ୍ରଣ
ଭୁବନେଶ୍ୱର – ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ଳମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ । ମା’ ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ୫-ଟି [...]
ବାଲେଶ୍ଵର ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଲେଶ୍ଵର ଜିଲ୍ଲା ଗସ୍ତରେ ଯାଇ ବିଭୂତି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବାଲେଶ୍ଵରର ପୋଲିସ ଗ୍ରାଉଣ୍ଡର ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ୫-ଟି ଅଧ୍ୟକ୍ଷ। ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ନୂଆ-ଓ କାର୍ଯ୍ୟକ୍ରମରେ କଥାବାର୍ତ୍ତା କରିଥିଲେ ୫-ଟି ଅଧ୍ୟକ୍ଷ। [...]
ଓଡ଼ିଆଚଳିତମାସ ରବିବାର ଓ ଅନ୍ୟ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ
ଭୁବନେଶ୍ୱର – ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ।
ଓଡ଼ିଆଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ ଯୋଗ ଦେବାର ୯ ଦିନ ପରେ ଦଳ ଛାଡ଼ିଲେ ଅମ୍ବାତି ରାୟଡୁ
ଅମରାବତୀ: ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ ଯୋଗ ଦେବାର ୯ ଦିନ ପରେ ପୂର୍ବତନ କ୍ରିକେଟର୍ ଅମ୍ବାତି ରାୟଡୁ ଶନିବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ରାୟୁଡୁ କହିଛନ୍ତି ଯେ ସେ କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ରାୟୁଡୁ ଏହି ନିଷ୍ପତ୍ତି ନେଇଛନ୍ତି। ରାୟୁଡୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଏହା ସମସ୍ତଙ୍କୁ ଜଣାଇବା ପାଇଁ ଯେ ମୁଁ [...]
