ଓଡ଼ିଆସ୍ଵଛ ସର୍ବେକ୍ଷଣ: ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବେ ଗଞ୍ଜାମ ଜିଲ୍ଲାର ୧୦ ଏନ୍ଏସି
ଛତ୍ରପୁର: ସ୍ବଚ୍ଛ ସର୍ବେକ୍ଷଣ ୨୦୨୩-୨୪ରେ ପରିମଳ ଓ ସଫେଇ ପାଇଁ ପୁରସ୍କୃତ ହେବେ ଗଞ୍ଜାମ ଜିଲ୍ଲାର ୧୦ ଏନ୍ଏସି। ସେଗୁଡ଼ିକ ହେଲା ଭଞ୍ଜନଗର, ଆସିକା, ଗୋପାଳପୁର, ଛତ୍ରପୁର, ଗଞ୍ଜାମ, କୋଦଳା, ପୋଲସରା, ଚିକିଟି, ବେଲଗୁଣ୍ଠା, ପୁରୁଷୋତ୍ତମପୁର ଆଦି। ଆସନ୍ତା ୧୧ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏସବୁ ଏନ୍ଏସିର ଜନପ୍ରତିନିଧି ଓ ନିର୍ବାହୀ ଅଧିକାରୀ ପୁରସ୍କାର ଗ୍ରହଣ କରିବେ। ଏ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟର ସର୍ବାଧିକ [...]
ଅନୁଗୁଳ ଜିଲ୍ଲା ବିଜେଡି ନେତା ଦୁର୍ଗାଚରଣ ପ୍ରଧାନ ଦଳର ରାଜ୍ୟ ସମ୍ପାଦକ ନିଯୁକ୍ତ
ଭୁବନେଶ୍ୱର – ବିଜେଡି ନେତାଙ୍କୁ ନୂଆ ନିଯୁକ୍ତି। ଅନୁଗୁଳ ଜିଲ୍ଲାର ବିଜେଡି ନେତା ଦୁର୍ଗାଚରଣ ପ୍ରଧାନଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁର୍ଗାଚରଣଙ୍କୁ ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି । ଏକ ପ୍ରେସ ରିଲିଜ ଜରିଆରେ ଏ ନେଇ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦୁର୍ଗାଚରଣ ପ୍ରଧାନ କିଛି ଦିନ ତଳେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ [...]
ଓଡ଼ିଆମାଲକାନଗିରି ବିମାନବନ୍ଦରରେ ବିମାନ ଅବତରଣର ଟ୍ରାଏଲ ରନ୍
ମାଲକାନଗିରି – ମାଲକାନଗିରିରେ ବିମାନ ସେବାର ହେଲା ଟ୍ରାଏଲ ରନ୍ । ନବନିର୍ମିତ ମାଲକାନଗିରି ବିମାନ ବନ୍ଦରରେ ବିମାନ ଅବତରଣର ଟ୍ରାଏଲ ଅନୁଷ୍ଠିତ ହୋଇଛି । ଆଜି ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ଅବତରଣ କରିଛି ଭି.ଟି ୧୦୦ ବିମାନ । ମାଲକାନଗିରିରୁ ବିମାନ ସେବା ଆରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟର ପହଞ୍ଚିଛି । ବିମାନବନ୍ଦରରର ରନ୍ ୱେ କାମ ଶେଷ ହୋଇଛି। ଅନ୍ୟାନ୍ୟ ଆନୁଷଙ୍ଗିକ କାମ ବି ପ୍ରାୟତଃ ଶେଷ [...]
ଓଡ଼ିଆଭାରତୀୟ ବାୟୁସେନାର କମାଲ, ପ୍ରଥମ ଥର ରାତିର ଘନ ଅନ୍ଧାରରେ ବିମାନର ସଫଳ ଲ୍ୟାଣ୍ଡିଂ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏସ୍) ଏକ ବିରଳ ତଥା ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି | ବାୟୁସେନା ପ୍ରଥମ ଥର ପାଇଁ ରାତିର ଘନ ଅନ୍ଧାରରେ କାର୍ଗିଲ ବିମାନ ଘାଟିରେ ସି-୧୩୦ଜେ ହର୍କ୍ୟୁଲସ୍ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି | ବାୟୁସେନା ପାଇଁ ଏହା ଏକ ଐତିହାସିକ ସଫଳତା ଭାବେ ବିବେଚନା କରାଯାଉଛି। ଏହି ରାତ୍ରୀକାଳୀନ ଲ୍ୟାଣ୍ଡିଂର ଭିଡିଓ ଭାରତୀୟ ବାୟୁସେନା ଏହାର ‘ଏକ୍ସ’ ହ୍ୟାଣ୍ଡଲରେ ସେୟାର କରିଛି । ଏହା ପୂର୍ବରୁ ଗତ [...]
ଓଡ଼ିଆଯାହାକୁ କହୁଥିଲେ କରୋନା ପାଇଁ ସଞ୍ଜିବନୀ, ସେହି ଔଷଧ ନେଇଥିଲା ୧୭,୦୦୦ ଲୋକଙ୍କ ଜୀବନ
ନୂଆଦିଲ୍ଲୀ: ୨୦୨୦ରେ ଯେତେବେଳେ କରୋନା ପ୍ରକୋପ ଶୀର୍ଷରେ ଥିଲା, ବିଶ୍ଵର ଅନେକ ଦେଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (ଏଚସିକ୍ୟୁ) ବଟିକାର ଚାହିଦା ବଢ଼ି ଯାଇଥିଲା । ଏହା ଏକ ମ୍ୟାଲେରିଆ ଔଷଧ, କିନ୍ତୁ କରୋନା କାଳରେ ଏହାକୁ ପ୍ରତିଷେଧକ ଭାବେ କିଛି ଦେଶରେ ବହୁଳ ଭାବେ ବ୍ୟବହାର କରାଯାଇଥିଲା | ସେହି ସମୟରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶର ନାଗରିକମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହି ଔଷଧ ସମ୍ପର୍କରେ ଏବେ ଏକ [...]
ଓଡ଼ିଆକାଲିଠୁ ୩୧ ଯାଏଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏନଇଇଟି ଓ ଜେଇଇ କୋଚିଂ, ଟାଇମ ଟେବୁଲ୍ ଜାରି
ଭୁବନେଶ୍ବର – ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆସନ୍ତାକାଲିଠାରୁ ୩୧ ତାରିଖ ଯାଏଁ ଏନ୍ଇଇଟି ଓ ଜେଇଇ କୋଚିଂ ଦିଆଯିବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଟାଇମ ଟେବୁଲ ଜାରି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନରେ ରେଗୁଲାର କୋଚିଂ ଦିଆଯିବ । ସକାଳ ୮ଟା ୩୦ରୁ ୧୦ଟା ଯାଏଁ ଦିଆଯିବ ଏନ୍ଇଇଟି କୋଚିଂ । ସେହିପରି ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଯାଏଁ ଦିଆଯିବ ଜେଇଇ କୋଚିଂ । ବିଶେଷଜ୍ଞମାନେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ [...]
ଓଡ଼ିଆକୋର୍ଟରେ କାନ୍ଦି ପକାଇଲେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ, କହିଲେ ଜେଲରେ ମରିବା ଭଲ ହେବ
ମୁମ୍ବାଇ: କାନାରା ବ୍ୟାଙ୍କ ସହ ଜଡ଼ିତ ୫୩୮ କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଶନିବାର ଏକ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ବେଳେ କାନ୍ଦି ପକାଇଥିଲେ। ସେ କୋର୍ଟଙ୍କୁ ହାତଯୋଡ଼ି କହିଛନ୍ତି ସେ ବଞ୍ଚିବା ଆଶା ଛାଡ଼ି ଦେଲେଣି । ଜେଲରେ ହିଁ ମରିଯିବା ତାଙ୍କ ପାଇଁ ଭଲ ହେବ | ୭୦ ବର୍ଷ ବୟସ୍କ ଗୋୟଲ କର୍କଟ ରୋଗରେ ପୀଡ଼ିତ ତାଙ୍କ ପତ୍ନୀ ଅନୀତାଙ୍କୁ ମିସ୍ କରୁଛନ୍ତିି ବୋଲି [...]
ଓଡ଼ିଆପୁଣି ଖସିଲା ପାରଦ, ୧୦ ଡିଗ୍ରୀ ତଳେ ରାଜ୍ୟର ୫ ସହର
ଭୁବନେଶ୍ୱର – ରାଜ୍ୟରେ କିଛି ସ୍ଥାନରେ ପୁଣି ଖସିଛି ପାରଦ । ହ୍ରାସ ପାଇଛି ରାତି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି। ଏଠାରେ ରାତି ତାପମାତ୍ରା ୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କୋରାପୁଟରେ ୮, ଦାରିଙ୍ଗବାଡ଼ିରେ ୮.୫, ଫୁଲବାଣୀରେ ୯.୫ ଡିଗ୍ରୀ ସିମିଳିଗୁଡ଼ା [...]
ଓଡ଼ିଆଭିତରକନିକା ପକ୍ଷୀ ଗଣନା : ବିଦେଶାଗତଙ୍କ ସଂଖ୍ୟା ବୃଦ୍ଧି, ପ୍ରଜାତି କମ୍
କେନ୍ଦ୍ରାପଡା – ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ପକ୍ଷୀ ଗଣନା । ଗତବର୍ଷ ତୁଳନାରେ ଏ ବର୍ଷ ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ବନ ବିଭାଗର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ଏଥର ଭିତରକନିକାକୁ ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀ ଆସିଛନ୍ତି। ଗତବର୍ଷ ଏହି ସଂଖ୍ୟା ଥିଲା ୧ ଲକ୍ଷ ୩୯ ହଜାର ୯୫୯ । ଗତବର୍ଷଠାରୁ ଚଳିତବର୍ଷ ଭିତରକନିକାକୁ ୧୧ ହଜାରରୁ ଅଧିକ ପକ୍ଷୀ ଆସିଛନ୍ତି। କିନ୍ତୁ [...]
ଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବ ଭଞ୍ଜନଗର ଏନ୍ଏସି
ଭଞ୍ଜନଗର – ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ଭଞ୍ଜନଗର ସହରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ବର୍ତ୍ତମାନ ଆର୍ବଜନା ମୁକ୍ତ ସହର ଭାବେ ଜାତୀୟ ସ୍ତରରେ ଚୟନ ହୋଇ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ନଗର [...]
