ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ-ଯବାନ ଗୁଳି ବିନିମୟ , ବହୁ ମାରଣାସ୍ତ୍ର ଜବତ | News Room Odisha

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ-ଯବାନ ଗୁଳି ବିନିମୟ , ବହୁ ମାରଣାସ୍ତ୍ର ଜବତ

ନୂଆପଡା: ଓଡ଼ିଶା ପୁଲିସ୍‌ ଓ ସିଆରପିଏଫ୍‌ ଯବାନ କମ୍ବିଂ ଅପରେସନ୍‌ ଗତକାଲି ଠାରୁ ଜାରି ରଖିଥିଲା । ତେବେ ସୀମାନ୍ତ ଛତିଶଗଡ଼ ଆମ୍ମାମଲା ଗାଁରେ ମାଓବାଦୀମାନେ ଯବାନଙ୍କୁ ଉପରକୁ ଗୁଳିଚାଳନ କରିଥିଲେ। ଓଡ଼ିଶାର ଡିଭିଏଫ୍‌, ଏସ୍ଓଜି, ସିଆରପିଏଫଙ୍କ ୨୮୪ରାଉଣ୍ଡ ପାଲଟା ଗୁଳିଚାଳନା କରାଯାଇଥିଲା । ଫଳରେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ହୋଇ ଫେରାର୍ ମାରିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ହୋଇନଥିବା ଜଣାପଡ଼ିଥିବା ବେଲେ ଆଜି ସୀମାନ୍ତ ଜିଲ୍ଲା ଅନ୍ତର୍ଗତ ପାଟଦରହା ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ କ୍ୟାମ୍ପ ଠାବ ସହ ବିଭିନ୍ନ ମାରଣାସ୍ତ୍ର ସାମଗ୍ରୀ ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।