ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ଉପରେ ବର୍ଷିଲେ ବିଜେଡି ନେତା ମୁନା ଖାଁ | News Room Odisha

ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ଉପରେ ବର୍ଷିଲେ ବିଜେଡି ନେତା ମୁନା ଖାଁ

ଭୁବନେଶ୍ବର – ବିଜେଡି ଛାଡି ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଏବଂ ଭର୍ତ୍ତୃହରି ମହତାବଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ମୁନା ଖାଁ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ବିନା ଉଭୟ ସିଦ୍ଧାନ୍ତ ଓ ଭର୍ତ୍ତୃହରି କିଛି ନୁହନ୍ତି । ନବୀନଙ୍କ ବିନା ଓ୍ବାର୍ଡ ମେମ୍ବର ହେବାକୁ ବି ଯୋଗ୍ୟ ନୁହଁନ୍ତି ବୋଲି କହି ତାତ୍ସଲ୍ୟ କରିଛନ୍ତି ମୁନା ।

ମୁନା କହିଛନ୍ତି, ଜଣେ ୨୬ ବର୍ଷ ଓ ଅନ୍ଯ ଜଣେ ୧୦ ବର୍ଷ ସାଂସଦ ଥିଲେ । ଦୁଇ ଜଣ ଯାକ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟା ଓ ଆଶୀର୍ବାଦରୁ ସାଂସଦ ହୋଇଥିଲେ । ମୁଖ୍ଯମନ୍ତ୍ରୀଙ୍କୁ ଛାଡ଼ି ଦେଲେ ଗୋଟେ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି, ବିଗ୍ ଜିରୋ । ଗୋଟିଏ ଦିନ ସଂସଦରେ ପ୍ରଶ୍ନଟିଏ ପଚାରିନାହାନ୍ତି । ଯେଉଁ ଦଳରେ ଯୋଗ ଦେଇଛନ୍ତି ସେମାନେ ପରେ ବୁଝିବେ ବୋଲି ମୁନା ଖାଁ କହିଛନ୍ତି।