ବିହାରରେ ମେ ୨୫ ଯାଏଁ ବଢ଼ିଲା ଲକଡାଉନ୍

ପାଟନା: ବିହାରରେ କରୋନା ପ୍ରକୋପ ବଢୁଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଟୁଇଟ୍ କରି ଏହା ଘୋଷଣା କରିଛନ୍ତି।

ସେ ଲେଖିଛନ୍ତି, “ଲକଡାଉନର ସକରାତ୍ମକ ପ୍ରଭାବ ଦେଖାଯାଉଛି। ତେଣୁ ବିହାରରେ ଆସନ୍ତା ୧୦ ଦିନ ଅର୍ଥାତ୍ ୧୬ ରୁ ୨୫ ମଇ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।”

ସେ କହିଥିଲେ, “କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ତଦନ୍ତ ବୃଦ୍ଧି ପାଇଛି ଏବଂ ଭିତ୍ତିଭୂମି ସ୍ଥାପନ କରାଯାଇଛି। ଗତ ବର୍ଷ ଭଳି ବିହାରବାସୀ କରୋନା ବିରୁଦ୍ଧରେ ଏହି ଲଢେଇରେ ଦୃଢ ଇଚ୍ଛାଶକ୍ତି, ସକରାତ୍ମକ ଚିନ୍ତାଧାରା ସହିତ ସଫଳ ହେବେ।

Comments are closed.