ଜେଏନ୍‌ୟୁର ନାମ ପରିବର୍ତ୍ତନ ହେବ ନାହିଁ: ନିଶଙ୍କ | News Room Odisha

ଜେଏନ୍‌ୟୁର ନାମ ପରିବର୍ତ୍ତନ ହେବ ନାହିଁ: ନିଶଙ୍କ

ନୂଆଦିଲ୍ଲୀ – ଭାରତର ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ନିଶଙ୍କ ପୋଖ୍ର୍ରିଆଲ ନିଶଙ୍କ ସୋମବାର କହିଛନ୍ତି । ବିଜେପି ସାଧାରଣ ସମ୍ପାଦକ ସିଟି ରବି ଗତବର୍ଷ ଜେଏନୟୁର ନାମ ପରିବର୍ତ୍ତନ କରି ସ୍ୱାମୀ ବିବେକାନନ୍ଦଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ । ଏନେଇ ଆଜି ଲୋକସଭାରେ ଏକ ପ୍ରଶ୍ନର ଜବାବରେ ନିଶଙ୍କ କହିଛନ୍ତି ଯେ, ଏହି ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ନାହିଁ ।
ନଭେମ୍ବରରେ ରବି ଟ୍ୱିଟ କରି କହିଥିଲେ – ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ବିଚାରଧାରା ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ସହ ଜଡିତ । ତେଣୁ ତାଙ୍କ ନାମାନୁସାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ନାମିତ କରାଯିବା ଉଚିତ ।