ଝିଅ ଜନ୍ମ ହେବା ପରେ ପ୍ରଥମ ଥର ସର୍ବସାଧାରଣରେ ଦେଖାଦେଲେ ‘ବିରୁଷ୍କା’ | News Room Odisha

ଝିଅ ଜନ୍ମ ହେବା ପରେ ପ୍ରଥମ ଥର ସର୍ବସାଧାରଣରେ ଦେଖାଦେଲେ ‘ବିରୁଷ୍କା’

ମୁମ୍ବାଇ – ବାପା,ମା’ ହେବା ପରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ଥର ସର୍ବସାଧାରଣରେ ଏକାଠି ଦେଖା ଦେଇଛନ୍ତି । ଜାନୁୟାରୀ ୧୧ରେ ଅନୁଷ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କୋହଲି ଏହି ଖୁସି ଖବର ସମ୍ପର୍କରେ ଟ୍ୱିଟ କରି ସୂଚନା ଦେବା ସହ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଆଜି ସକାଳେ ‘ବିରୁଷ୍କା’ଙ୍କୁ ମୁମ୍ବାଇର ଏକ କ୍ଲିନିକ ବାହାରେ ଏକାଠି ଦେଖିବାକୁ ମିଳିଥିଲା । ଉଭୟେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଫଟୋ ପୋଜ୍ ଦେଇଥିଲେ । ଅନୁଷ୍କା ଜିନ୍ସ ପ୍ୟାଣ୍ଟ୍ ଓ ସାର୍ଟ ପିନ୍ଧିଥିଲେ ଓ ସ୍ୱାମୀ କୋହଲି ବ୍ଲାକ୍ ଡ୍ରେସ୍‌ରେ ଥିଲେ । ଗଣମାଧ୍ୟମ ପ୍ରତିନିଧି ଓ ଫଟୋଗ୍ରାଫରଙ୍କ ଅନୁରାଧ ପରେ ଏହି ସେଲିବ୍ରିଟି ଦମ୍ପତି ଫଟୋ ପୋଜ୍ ଦେଇଥିଲେ । ବାପା-ମାଆ ହେବା ପରେ ‘ବିରୁଷ୍କା’ଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲେ ବି ଏହ ଦମ୍ପତିଙ୍କ ନବଜାତ ଝିଅର ଝଲକ ଏ ଯାଏଁ ମିଳିନାହିଁ । ନିକଟରେ ଏହି ଦମ୍ପତି ନିଜ ନବଜାତ ଝିଅର ଫଟୋ ନ ଉଠାଇବାକୁ ଫଟୋଗ୍ରାଫରଙ୍କୁ ଅନୁରୋଧ କରିଥିଲେ ।