ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅପିଲ: ପିଲାଙ୍କୁ ଏବେ ଟିକା ଦିଅନି, ଗରିବ ଦେଶମାନଙ୍କୁ ଯୋଗାଅ

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ୱିତୀୟ ବର୍ଷ ବେଶ୍ ଘାତକ ସାବ୍ୟସ୍ତ ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ବିକଶିତ ଦେଶଗୁଡିକୁ ଅନୁରୋଧ କରି କହିଛି ଯେ, ସେମାନେ ପିଲାଙ୍କୁ ଟିକା ଲଗାଇବା ପରିବର୍ତ୍ତେ ଏହା ଗରିବ ଦେଶମାନଙ୍କୁ ଦିଅନ୍ତୁ ।

ଡବ୍ଲୁଏଚ୍‌ଓ ‘କୋଭାକ୍ସ’ ଯୋଜନା ଅଧୀନରେ ଗରିବ ଦେଶମାନଙ୍କୁ କୋଭିଡ୍ ଟିକା ଯୋଗାଉଛି । ଡବ୍ଳୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍ ଏଡହନାମ ଗିବ୍ରେସସ୍ କହିଛନ୍ତି, ପ୍ରଥମ ବର୍ଷ ତୁଳନାରେ କରୋନା ମହାମାରୀ ଏଥର ଅତି ଭୟଙ୍କର ସାବ୍ୟସ୍ତ ହେଉଛି । ସେ ଭାରତରେ ସ୍ଥିତି ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ।

ଜେନେଭାରେ ଏକ ଭର୍ଚୁଆଲ ବୈଠକରେ ଗିବ୍ରେସସ୍ କହିଛନ୍ତି ଯେ, କିଛି ଦେଶ ପିଲାମାନଙ୍କ ଟିକାକରଣ କରିବାକୁ ଚାହୁଁଛନ୍ତି । ମୁଁ ସେମାନଙ୍କୁ ଅପିଲ କରୁଛି ଯେ ସେମାନେ ଏହି ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ । ସେମାନେ ଡବ୍ଲୁଏଚଓର ‘କୋଭାକ୍ସ’ ଅଧୀନରେ ଟିକା ଦାନ କରନ୍ତୁ ।

କରୋନା ବିରୋଧୀ ଲଢ଼େଇରେ ଡବ୍ଲୁଏଚ୍‌ଓ ଦ୍ୱାରା ନିଆଯାଇଥିବା ପଦକ୍ଷେପର ସମୀକ୍ଷା ପାଇଁ ଗଠିତ ବିଶେଷଜ୍ଞ ପ୍ୟାନେଲ କହିଛନ୍ତି ଯେ, ଡବ୍ଲୁଏଚଓକୁ ଆହୁରି କ୍ଷମତା ମିଳିବା ଉଚିତ । କିନ୍ତୁ କିଛି ଦେଶ ଏହି ପ୍ରସ୍ତାବକୁ ବିରୋଧ କରିପାରନ୍ତି ବୋଲି ସେମାନେ କହିଛନ୍ତି ।

Comments are closed.