ବ୍ରହ୍ମପୁର ସର୍କଲ ଜେଲରେ କୋରୋନା, ୪୮ କଏଦୀ ପଜିଟିଭ

ବ୍ରହ୍ମପୁର – ବ୍ରହ୍ମପୁର ସର୍କଲ ଜେଲରେ କୋରୋନା ସଂକ୍ରମଣ । ଏଠାରେ ୪୮ ଜଣ କଏଦୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନ ତଳେ ୮୪ ଜଣ କଏଦୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ବ୍ରହ୍ମପୁର ସର୍କଲ ଜେଲରେ ମୋଟ ୯୨୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ପାଇଁ ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର କରାଯାଇଥିବା ସର୍କଲ ଜେଲ୍ ଅଧୀକ୍ଷକ ସୂଚନା ଦେଇଛନ୍ତି ।

Comments are closed.