ରାଜ୍ୟରେ ୬୫୯୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୯୫୮, ଦ୍ୱିତୀୟ ଲହରରେ ଗଞ୍ଜାମରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩ ଶହ ଟପିଲା | News Room Odisha

ରାଜ୍ୟରେ ୬୫୯୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୯୫୮, ଦ୍ୱିତୀୟ ଲହରରେ ଗଞ୍ଜାମରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩ ଶହ ଟପିଲା

ଭୁବନେଶ୍ୱର- ରାଜ୍ୟରେ ୬ ହଜାର ୫୯୯ ନୂଆ କୋରୋନା ରୋଗୀ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୮୨୭ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୭୭୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮, ନୂଆପଡାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡାରୁ ୪୩୬, ସୁନ୍ଦରଗଡରୁ ୪୩୪, ଗଞ୍ଜାମ ଜିଲ୍ଲାରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡରୁ ୨୦୩, ଅନୁଗୁଳରୁ ୧୮୭, ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ୱରରୁ ୧୩୭,ସୋନପୁରରୁ ୧୨୯, ରାୟଗଡାରୁ ୧୧୭, ବଲାଙ୍ଗିରରୁ ୯୮, ନୟାଗଡରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି ।

କୋରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩ ଶହରୁ ଅଧିକ ରହିଛି ।

ରାଜ୍ୟରେ ଏଯାବତ ମୋଟ ୪ ଲକ୍ଷ ୧୪ ହଜାର ୫୬ ଜଣ କୋରୋନା ପଜିଟିଭ ହୋଇସାରିଛନ୍ତି । ୩ ଲକ୍ଷ ୬୨ ହଜାର ୯୩୧ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ରହିଛି ୪୯ ହଜାର ୭୫ ।

COVID-19