ପଞ୍ଜାବ: ଭଗଓ୍ବନ୍ତ ମାନ କ୍ୟାବିନେଟରେ ୧୦ ମନ୍ତ୍ରୀ ସାମିଲ

ଚଣ୍ଡିଗଡ଼: ପଞ୍ଜାବରେ ଏକ ଐତିହାସିକ ବିଜୟ ସହ କ୍ଷମତାକୁ ଆସିଥିବା ଆମ୍ ଆଦମୀ ପାର୍ଟି ସରକାରର ୧୦ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ ଉପସ୍ଥିତ ଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ ଏକ ଟୁଇଟ୍ ମାଧ୍ୟମରେ ମନ୍ତ୍ରୀ ହୋଇଥିବା ବିଧାୟକଙ୍କ ବିଷୟରେ ସୂଚନା ପୂର୍ବରୁ ଦେଇସାରିଥିଲେ। ଏହି ୧୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣ ମାଲୱା, ଚାରିଜଣ ମାଜା ଏବଂ ଜଣେ ଦୋଆବା ଜାତିର । ଏହା ସହିତ ଜଣେ ମହିଳାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ଏହାପୂର୍ବରୁ ପଞ୍ଜାବରେ ଆପର ବିରାଟ ବିଜୟ ପରେ ଭଗଓ୍ବନ୍ତ ମାନ ସହିଦ୍ ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାନରେ ମାର୍ଚ୍ଚ ୧୬ରେ ଏକା ଶପଥ ନେଇଥିଲେ।

Comments are closed.