ବିଏସଏଫରେ ସେବା ନିବୃତ୍ତ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ସେବା ନିବୃତ୍ତ ଅଗ୍ନିବୀର ଯବାନଙ୍କ ପାଇଁ କେନ୍ଦ୍ର ସରକାର ୧୦% ସଂରକ୍ଷଣ ଘୋଷଣା କରିଛନ୍ତି। ଏହାଛଡ଼ା ବୟସ ସୀମା ମଧ୍ୟ କୋହଳ କରାଯାଇଛି | ମାର୍ଚ୍ଚ ୬ରେ ଏକ ବିଜ୍ଞପ୍ତି ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କିତ ଘୋଷଣା କରିଛି।

ଏଥିପାଇଁ ଗୃହ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍), ଜେନେରାଲ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ, ୨୦୧୫ରେ ସଂଶୋଧନ କରିଛି ଯାହା ଗୁରୁବାର (ମାର୍ଚ୍ଚ ୯) ଠାରୁ ଲାଗୁ ହୋଇଛି।

ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ କନଷ୍ଟେବଳ ପଦ ପାଇଁ ପୂର୍ବତନ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ପାଞ୍ଚ ବର୍ଷ କୋହଳ କରାଯାଇଛି । ପରବର୍ତ୍ତୀ ସମସ୍ତ ବ୍ୟାଚ୍ ପାଇଁ ବୟସ ସୀମାରେ ୩ ବର୍ଷ ଛାଡ଼ ମିଳିବ। ଅନ୍ୟ ଏକ ସଂଶୋଧନ ମୁତାବକ ପୂର୍ବତନ ଅଗ୍ନିବୀରଙ୍କୁ ଫିଜିକାଲ ଟେଷ୍ଟରୁ ମଧ୍ୟ ଛାଡ଼ ମିଳିବ।

Comments are closed.