ମାରିୟୁପୋଲ ସହରରେ ୧୦,୦୦୦ ଲୋକଙ୍କ ମୃତ୍ୟୁ

କିଭ୍ : ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ୟୁକ୍ରେନର ମାରିୟୁପୋଲ ସହରରେ ଅତି କମରେ ୧୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ସହରର ମେୟର ବେଦୀମ ବୋଇଶେଙ୍କୋ ଏହା କହିଛନ୍ତି । ବୋଇଶେଙ୍କୋ କହିଛନ୍ତି ଯେ ସହରର ରାସ୍ତାଘାଟରେ ଶବ ଭରି ରହିଛି।

ମେୟର ୟୁକ୍ରେନର ଏକ ଅଜ୍ଞାତ ସ୍ଥାନରୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି |

ସେ କହିଛନ୍ତି ଯେ ମାରିୟୁପୋଲରେ ୧ ଲକ୍ଷ ୨୦ ହଜାର ଲୋକ ଫସି ରହିଛନ୍ତି। ଏହି ଲୋକମାନଙ୍କୁ ଖାଦ୍ୟ, ଜଳ ଏବଂ ଔଷଧର ଜରୁରୀ ଆବଶ୍ୟକତା ରହିଛି ।

ବାଏଶେଙ୍କୋ କହିଛନ୍ତି, ତାଙ୍କ ପାଖରେ ଖବର ରହିଛି ଯେ ରୁଷର ସୈନିକମାନେ ଶବ ସଂଗ୍ରହ କରି ବଡ଼ ବଡ଼ ସପିଂ ସେଣ୍ଟରରେ ରେଫ୍ରିଜରେଟରରେ ରଖୁଛନ୍ତି।

ସେ କହିଛନ୍ତି, ” ସହରରେ ଟ୍ରକ୍ ଆକାରରେ ଭ୍ରାମ୍ୟମାଣ ଶବଦାହଗୃହ ବୁଲୁଛି। ଏହା ଦ୍ବାରା ମୃତଦେହ ପୋଡି ଦିଆଯାଉଛି।”

Comments are closed.