ଛାତ୍ର ବିଜେଡିର ଭର୍ଚୁଆଲ ବୈଠକ: କୋଭିଡ ବେଳେ ଅସହାୟଙ୍କ ସାହା ହେବାକୁ ଆହ୍ବାନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଡକ୍ଟର ସିଦ୍ଧାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଙ୍ଗ୍ ଜୋମ ଏପ୍ ରେ ଅନୁଷ୍ଠିତ ହୋଇଥିଲା । ଏହି ଭର୍ଚୁଆଲ ମିଟିଙ୍ଗ୍ ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଯୋଗ ଦେଇଥିଲେ ଏବଂ ଏଥି ସହ ରାଜ୍ୟ ଛାତ୍ର ବିଜେଡ଼ି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର,ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ପାଢ଼ୀ ଓ ସମ୍ବଲପୁର ଜିଲ୍ଲା ର ଅନେକ ଯୁବ ଓ ଛାତ୍ର ଜନତା ଦଳ ର ସଦସ୍ୟମାନେ ଯୋଗ ଦେଇଥିଲେ ।

ଏହି ଭର୍ଚୁଆଲ ମିଟିଙ୍ଗ୍ ରେ ଇଂ ରୋହିତ ପୂଜାରୀ ଓ ରାଜ୍ୟ ଛାତ୍ର ବିଜେଡ଼ି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇ ଉଭୟ ସମ୍ବଲପୁର ଜିଲ୍ଲା ର ସମସ୍ତ ଯୁବ ଓ ଛାତ୍ର ସଦସ୍ୟଙ୍କୁ କୋରାନା ମହାମାରୀ ସମୟରେ କିପରି ନିଜକୁ ସୁରକ୍ଷିତ ରଖି ଅନ୍ୟ ମାନଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ପାରିବା ସେ ସବୁ ବିଷୟରେ ଆଲୋଚନା କରିଥିଲେ ଏବଂ ଏଥି ସହ ଆମ ପ୍ରିୟ ରେଢ଼ାଖୋଲ ବିଧାୟକ ତଥା ବିଜେଡି ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ସମସ୍ତ ଅଞ୍ଚଳର ପରିସ୍ଥିତି ବିଷୟରେ ପଚାରିଥିଲେ ଏବଂ ଯେଉଁ ଅଞ୍ଚଳରେ କିଛି ଅସୁବିଧା ଦେଖା ଦେଇଛି ସେ ସବୁକୁ କିପରି କମ୍ ସମୟ ମଧ୍ୟରେ ସମାଧାନ କରାଯିବ ତା ଉପରେ ଦୃଷ୍ଟି ଦେଇଥିଲେ ଏଥି ସହ ସମସ୍ତ ଯୁବ ଛାତ୍ର ବର୍ଗଙ୍କୁ ଆହ୍ବାନ ଦେଇଥିଲେ ଯେ ଏଭଳି ପରିସ୍ଥିତିରେ ନିଜର ସୁରକ୍ଷା କୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଖକୁ ସହାୟତା ର ହାତ ବଢ଼ାଇବା ପାଇଁ ଏବଂ ଯେ କୌଣସି ପରିସ୍ଥିତିରେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ସେ କହିଥିଲେ ।

Comments are closed.