ରୁଷୀୟ ସେନା ଶିବିର ଉପରେ ଆକ୍ରମଣ, ୧୧ ମୃତ

ମସ୍କୋ: ରୁଷ ସେନାର ଏକ ତାଲିମ ଶିବିର ଉପରେ ଆକ୍ରମଣ ହୋଇଛି । କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ୧୧ ରୁଷୀୟ ସେନାଙ୍କ ମୃତ୍ୟୁ ହୋଇଛି । ରୁଷ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି ।

ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇ ରିପୋର୍ଟ ଅନୁଯାୟୀ, ସଶସ୍ତ୍ର ତାଲିମ ସମୟରେ ଦୁଇଜଣ ବ୍ୟକ୍ତି କ୍ୟାମ୍ପ ଉପରେ ଗୁଳି ଚାଳନା କରିଥିଲେ ।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆକ୍ରମଣକାରୀମାନେ ତତ୍କାଳୀନ ସୋଭିଏତ୍ ସଂଘର ଏକ ଦେଶର ନାଗରିକ। ତେବେ ସେମାନଙ୍କ ବିଷୟରେ ଅଧିକ ସୂଚନା ଦିଆଯାଇନାହିଁ । ଏହି ଆକ୍ରମଣରେ ୧୫ ଜଣ ଆହତ ମଧ୍ୟ ହୋଇଛନ୍ତି।

Comments are closed.