ଗଣେଶ ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡି ୧୫ ମୃତ

ନୂଆଦିଲ୍ଲୀ: ଗଣେଶ ବିସର୍ଜନ ବେଳେ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ନଦୀରେ ବୁଡ଼ି ତିନି ନାବାଳକଙ୍କ ସହ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ହରିୟାଣାର ମହେନ୍ଦ୍ରଗଡ ଏବଂ ସୋନିପତ ଜିଲ୍ଲାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଯାଇ ୬ ଜଣଙ୍କର ଜୀବନ ଯାଇଛି ।

ଚାରିଜଣ ଯୁବକ ମହେନ୍ଦ୍ରଗଡର କେନାଲରେ ବୁଡିଯାଇଥିବା ବେଳେ ଦୁଇଜଣ ସୋନିପତର ଯମୁନା ନଦୀରେ ଭାସି ଯାଇଥିଲେ । ମହେନ୍ଦ୍ରଗଡରେ ୯ ଜଣ ଯୁବକ ସାତ ଫୁଟର ଗଣେଶ ମୂର୍ତ୍ତି ନେଇ ବିସର୍ଜନ କରିବାକୁ ଯାଇଥିବା ବେଳେ କେନାଲରେ ପ୍ରଖର ସ୍ରୋତରେ ଭାସିା ଯାଇଥିଲେ। ଜିଲ୍ଲା ପ୍ରଶାସନ ଏନଡିଆରଏଫ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟୁଇଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ମଧ୍ୟ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ନଅ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଉନ୍ନାଓରେ ୩, ସନ୍ଥ କବୀର ନାଗରରେ ୪, ଲଲିତପୁରରେ ଦୁଇଜଣଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି

Comments are closed.