ସରକାରୀ ବିଜ୍ଞାପନରେ ରାଜନୈତିକ ପ୍ରଚାର: ଆପକୁ ନୋଟିସ୍, ୧୦ ଦିନ ମଧ୍ୟରେ ୧୬୪ କୋଟି ପୈଠ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାମରେ ରାଜନୈତକ ବିଜ୍ଞାପନ ଛାପିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ୧୬୩.୬୨ କୋଟି ଟଙ୍କା ଅସୁଲ ନୋଟିସ୍ ଜାରି କରାଯାଇଛି। ସରକାରୀ ବିଜ୍ଞାପନ ଆଳରେ ରାଜନୈତିକ ପ୍ରଚାର ପାଇଁ ଆପ୍ ରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଏକ ମାସ ପରେ ଆପକୁ ଅସୁଲ ନୋଟିସ୍ ପଠାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ସୂଚନା ଏବଂ ପ୍ରଚାର ନିର୍ଦ୍ଦେଶାଳୟ (ଡିପି) ଦ୍ବାରା ଜାରି କରାଯାଇଥିବା ଅସୁଲ ନୋଟିସରେ ଏହି ରାଶି ଉପରେ ସୁଧ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ‌। ଏହି ଟଙ୍କା ପୈଠ କରିବାକୁ ଆପକୁ ୧୦ ଦିନ ସମୟ ଦିଆଯାଇଛି। ବିଫଳ ହେଲେ ଉପରାଜ୍ୟପାଳଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ପାର୍ଟିର ସମ୍ପତ୍ତି ବାଜ୍ୟାପ୍ତ କରାଯିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।

Comments are closed.