ବିହାରରେ ପୁଣି ମଦମୃତ୍ୟୁ, ଛପ୍ରା ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୭ ମୃତ

ପାଟନା: ବିହାରରେ ପୁଣି ଜୀବନ ନେଇଛି ବିଷାକ୍ତ ମଦ । ରାଜ୍ୟର ଛପ୍ରାରେ ବିଷାକ୍ତ ମଦ ପିଇ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି | ପ୍ରଥମେ ମୃତକଙ୍କ ସଂଖ୍ୟା ୬ ବୋଲି କୁହାଯାଉଥିଲା, କିନ୍ତୁ ଏହି ସଂଖ୍ୟା ବର୍ତ୍ତମାନ ବଢ଼ିବାରେ ଲାଗିଛି । ଏହି ଘଟଣା ଛପ୍ରା ଜିଲ୍ଲାର ଇସୁପୁର ଥାନା ଅଞ୍ଚଳରେ ଘଟିଛି। ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇ ପଡିଥିବା କିଛି ଲୋକ ଲୁଚାଛପାରେ ଚିକିତ୍ସା କରାଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବିହାରରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

Comments are closed.