ଶବ ସତ୍କାର ପାଇଁ ଗଲାବେଳେ ଶବ ପାଲଟିଗଲେ, ପଶ୍ଚିମବଙ୍ଗ ନାଦିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ ମୃତ

କୋଲକାତା: ଶନିବାର ରାତିରେ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣାର ବାଗଡାର ୨୦ ରୁ ଅଧିକ ଲୋକ ଏକ ଶବକୁ ନେଇ ନବଦ୍ବୀପ ମଶାଣିକୁ ଅନ୍ତିମ ସଂସ୍କାର ପାଇଁ ଏକ ଗାଡ଼ିରେ ଯାଉଥିବାବେଳେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକ କହିଛନ୍ତି ଯେ ହାନ୍ସଖାଲି ପୋଲିସ ଥାନା ଅଧୀନରେ ଫୁଲବାଡିରେ ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକ ସହିତ ଉକ୍ତ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା । ପୋଲିସର ସୂଚନାନୁସାରେ ଘନ କୁହୁଡ଼ି ଏବଂ ଗାଡିର ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ତଦନ୍ତ ଚାଲିଛି।

Comments are closed.