ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ଘଟି ୨ ମୃତ, ୩ ଆହତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ଘଟି ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ବଜ୍ରପାତରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମନ୍ଦରଡା ଗାଁ’ର ହରି ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ କେଦାର ଗୌଡ଼ ଗୁରୁତର ଆହତ ହୋଇଛନ୍ତି। ସେମାନେ ଛେଳି ଚରାଇବାକୁ ଯାଇଥିବା ବେଳେ କାଳବୈଶାଖୀ ଝଡ଼ବର୍ଷା ହେବାରୁ ଦୁହେଁ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାମ ରୂପ ଶବର । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆମ୍ବତୋଳୁ ଥିବା ବେଳେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ସହ ବଜ୍ରପାତ ହୋଇଥିଲା।

Comments are closed.