ଫୁଟବଲ୍ ମ୍ୟାଚ୍ ସମୟରେ ଭୁଶୁଡ଼ିଲା ଦର୍ଶକ ଗ୍ୟାଲେରୀ, ୨୦୦ ଆହତ

ମାଲାପୁରମ୍: କେରଳର ମାଲାପୁରମ୍ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ସମୟରେ ଦର୍ଶକଙ୍କ ବସିବା ପାଇଁ ଉଦ୍ଦିଷ୍ଟ ଏକ ଗ୍ୟାଲେରୀ ହଠାତ୍ ଭୁଶୁଡି ପଡ଼ିଛି । ଶନିବାର ମାଲାପୁରମ୍ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏହି ଘଟଣା ଘଟିଛି। ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ହଠାତ୍ ଭୁଶୁଡ଼ିବା ପରେ ଦୁଇଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ ଏକ ଫୁଟବଲ ମ୍ୟାଚ୍ ସମୟରେ ଦର୍ଶକଙ୍କ ଏକ ଅସ୍ଥାୟୀ ଗ୍ୟାଲେରୀ ଭାଙ୍ଗିଯାଇଥିଲା। ଏହି ଅଭାବନୀୟ ଘଟଣାରେ ​ ୨୦୦ ଲୋକ ଆହତ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ମାଲାପୁରାମରେ ପୁଙ୍ଗୋଡ ଷ୍ଟାଡିୟମରେ ଶନିବାର ରାତି ପ୍ରାୟ ୯ ଟା ବେଳେ ଘଟିଥିବା କୁହାଯାଉଛି ।

ମାଲାପୁରମ୍ ଷ୍ଟାଡିୟମରେ ଘଟିଥିବା ଘଟଣାରେ ଆହତ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଲୋକଙ୍କୁ ମଞ୍ଜେରୀ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ପିଲା ମଧ୍ୟ ଅଛନ୍ତି। ପୋଲିସର ସୂଚନାନୁସାରେ, ବସିବା ପାଇଁ ପ୍ରସ୍ତୁତ ଅସ୍ଥାୟୀ ଗ୍ୟାଲେରୀରେ ୧୦୦୦ ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ। କେରଳର ଉତ୍ତର ଜିଲ୍ଲାରେ ଆଞ୍ଚଳିକ ଫୁଟବଲ୍ ଟୁର୍ନାମେଣ୍ଟଗୁଡିକ ବହୁତ ଲୋକପ୍ରିୟ ଏବଂ ଏହିପରି ମ୍ୟାଚ୍ ଗୁଡ଼ିକରେ ଦର୍ଶକଙ୍କ ପ୍ରବଳ ଭିଡ ଜମିବା ଦେଖିବାକୁ ମିଳିଥାଏ।

Comments are closed.