ମମତା ବାନାର୍ଜୀଙ୍କ ସାନଭାଇ ଆଶିମ ବାନାର୍ଜୀଙ୍କ କରୋନାରେ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଆଶିମ ବାନାର୍ଜୀଙ୍କ ପରଲୋକ ହୋଇଯାଇଛି । ଆଶିମ କରୋନା ସଂକ୍ରମିତ ଥିଲେ । ଗତ କିଛିଦିନ ଧରି ସେ ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ଆଶିମଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ଆଲୋକ ରାୟ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ ଗତକାଲି ରେକର୍ଡ ୨୦,୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା । ପଶ୍ଚିମବଙ୍ଗରେ ଏବେ ମୋଟ କରୋନା ମାମଲା ୧୦ ଲକ୍ଷ ୯୪ ହଜାର ୮୦୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୨,୯୯୩ରେ ପହଞ୍ଚିଛି ।

Comments are closed.