ଲଞ୍ଚ୍ ହେଲା ଡିଆର୍‌ଡିଓର କୋଭିଡ୍ ଔଷଧ ‘୨ଡିଜି’

ନୂଆଦିଲ୍ଲୀ: ବଜାରକୁ ଆସିଛି ଡିଆରଡିଓର କୋଭିଡ୍ ନିରୋଧୀ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ୍ (୨ଡିଜି) । କୋଭିଡ୍ ରୋଗୀଙ୍କ ପାଇଁ ଏହି ସଞ୍ଜିବନୀକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଆନୁଷ୍ଠାନିକ ଭାବେ ଲଞ୍ଚ୍ କରିଛନ୍ତିି ।
ନିକଟରେ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’ ଡିଆରଡିତ୍ତ୍ୱଓର ଏହି କୋଭିଡ୍ ଔଷଧକୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ । ଡିଆରଡିଓ ଏବଂ ଫାର୍ମା କମ୍ପାନୀ ଡକ୍ଟର ରେଡୀଜ୍ ଲାବୋରେଟୋରିଜ୍ ମିଳିତ ଭାବେ ଏହି ଔଷଧ ତିଆରି କରିଛନ୍ତି । କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ କୋଭିଡ୍ ରୋଗୀଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହୋଇଥିବା ଦାବି କରାଯାଇଛି ।

‘୨ଡିଜି’ ମଧ୍ୟମ ଓ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇ ପାରିବ । ଏହି ଔଷଧ କୋଭିଡ୍ ରୋଗୀଙ୍କ ଅକ୍ସିଜେନ ନିର୍ଭରଶୀଳତାକୁ କମ୍ କରିବାରେ ସହାୟକ ହେବା ସହ ରୋଗୀଙ୍କୁ ଖୁବ୍ କମ୍ ଦିନରେ ସଂକ୍ରମଣ ମୁକ୍ତ କରିବ । ଡିଆରଡିଓର ଏହି ଔଷଧ ପାଉଡର୍ ରୂପରେ ଆସିବ । ଏହାକୁ ପାଣିରେ ମିଶାଇ ସେବନ କରିବାକୁ ହେବ । ତେବେ ଡାକ୍ତରୀଙ୍କ ପରାମର୍ଶରେ ହିଁ ଏହି ଔଷଧ ବ୍ୟବହାର କରାଯିବା ଉଚିତ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

Comments are closed.