ଲୋକଙ୍କୁ ଘରେ ମିଳିବ କୋଭିଡ ଟିକା, ରାଉରକେଲାରେ ଗଡିଲା ସଂଜୀବନି ରଥ

ରାଉରକେଲା – ଇସ୍ପାତ ନଗରୀରେ ଆଜିଠାରୁ ଗଡିଲା ସଂଜୀବନୀ ରଥ । କୋଭିଡ ଟିକା ପାଇଁ କଲ୍ କଲେ ଘରେ ପହଂଚିବ ଏହି ରଥ । କେବଳ ବରିଷ୍ଠ ନାଗରିକ, ଶଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ମିଳିବ ଏହି ସୁବିଧା । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଏହି ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବରିଷ୍ଠ ନାଗରିକ, ଶଯ୍ୟାଶାୟୀ ବ୍ୟକ୍ତି ଓ ଦିବ୍ୟାଙ୍ଗ ଓ ସେମାନଙ୍କ ପରିବାର ୦୬୬୧-୨୫୧୦୦୩୬ ନମ୍ବରକୁ କଲ୍ କରି ଟିକା ଦେଉଥିବା କର୍ମଚାରୀଙ୍କୁ ଡାକିପାରିବେ ।

Comments are closed.