ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର – ତଉତକେ ପରେ ଏବେ ଆଉ ଏକ ବାତ୍ୟା ଆସିବା ଆଶଙ୍କା କରାଯାଉଛି । ବଙ୍ଗୋପ ସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

ଆସନ୍ତା ୨୨ରୁ ୨୮ ତାରିଖ ମଧ୍ୟରେ ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଚଳିତ ମାସ ୨୩ ତାରିଖ ବେଳକୁ ଏ ନେଇ ସ୍ପଷ୍ଟ ହେବ । ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ଏହି ସୂଚନା ଦେଇଛନ୍ତି । ତେବେ, ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇନାହିଁ ।

Comments are closed.