ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳରେ ଘର ଘର ବୁଲି କୋରୋନା ଯାଞ୍ଚ ଅଭିଯାନ

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଗ୍ରାମାଂଚଳ ଓ ସହରାଂଚଳର ବସ୍ତିରେ କୋରୋନା ଯାଂଚ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଶା ଓ ଅଙ୍ଗନବାଡ କର୍ମୀ ଘର ଘର ଯାଇ ପ୍ରତି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।

ଜ୍ୱର ପରୀକ୍ଷା କରିବା ସହ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ । ଘରେ ରହୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରାଯିବା ସହ ସେମାନଙ୍କୁ ଔଷଧ ଦିଆଯିବ । ଯଦି ଆବଶ୍ୟକ ହୁଏ, ତେବେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯିବ । ସଠିକ ସମୟରେ କୋଭିଡ ଟିକାର ଦ୍ୱିତୀୟ ମାତ୍ରା ନେବାରେ ଲୋକଙ୍କୁ ସହାୟତା କରାଯିବ ।

ଏହାଛଡା ଏହି ଅଭିଯାନରେ କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ନିୟମ ପାଳନ ସଂପର୍କରେ ସଚେତନତା ସୃଷ୍ଟି କରାଯିବ । ଏହାଛଡା ଏହି ଅଭିଯାନରେ ଡାଇବେଟିସ, ରକ୍ତଚାପ, କ୍ୟାନସର, ତରଳଝାଡା, ଯକ୍ଷ୍‌ମା, ମ୍ୟାଲେରିଆ ଓ ଶିଶୁ ଏବଂ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ବି ଯାଂଚ କରିବେ ଆଶା ଓ ଅଙ୍ଗନବାଡି କର୍ମୀ ।

Comments are closed.