ସକାଳ ୯ଟାରୁ ଆରମ୍ଭ ହେଲା ୟାଶ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଧାମରଠାରୁ ଦୂରେଇ ବାଲେଶ୍ୱରଆଡକୁ ମୁହାଁଇଛି ବାତ୍ୟା । ଧାମରାଠାରୁ ୪୫ ଓ ବାଲେଶ୍ୱରଠାରୁ ୫୦ କିଲୋମିଟର ଦୂରରେ ରହିଛି ୟାଶ୍ । ଏହା ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

Comments are closed.