କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ବିରୋଧରେ କୋର୍ଟ ଗଲା ହ୍ୱାଟ୍‌ସଆପ୍

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ହ୍ୱାଟ୍‌ସଆପ୍ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଛି । ନୂଆ ଆଇଟି ନିୟମ ଦ୍ୱାରା ଗ୍ରାହକଙ୍କ ଗୋପନୀୟତା ପ୍ରଭାବିତ ହେବ । ଏହି ନିୟମ ଉପରେ ରୋକ୍ ଲଗାଇବା ପାଇଁ ହ୍ୱାଟ୍‌ସଆପ୍ ଦାବି କରିଛି । ଉଲ୍ଲେଖଯୋଗ୍ୟ ଯେ, ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମ ପାଇଁ କେନ୍ଦ୍ରର ନୂଆ ଆଇଟି ନିୟମ ଆଜିଠାରୁ ଲାଗୁ ହୋଇଛି ।

ଡିଜିଟାଲ ମିଡିଆ କଣ୍ଟେଣ୍ଟ୍‌କୁ ନିୟନ୍ତ୍ରଣ କରିବା ପାଇଁ ଫେବୃୟାରୀ ୨୫ରେ କେନ୍ଦ୍ର ସରକାର ନୂଆ ନିୟମ ଆଣିଥିଲେ । ତିନି ମାସ ଭିତରେ ଏହି ନିୟମ ଲାଗୁ କରିବା ପାଇଁ ସବୁ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମୟସୀମା ଆଜି ଶେଷ ହୋଇଛି । ନୂଆ ଆଇଟି ନିୟମାନୁସାରେ ଭାରତରେ ଯେଉଁ ସୋସିଆଲ ମିଡିଆ କମ୍ପାନୀ କାରବାର କରୁଛନ୍ତି, ସେମାନଙ୍କୁ କମ୍ପ୍ଲାଏନ୍ସ ଓ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ପଡିବ । ନିଯୁକ୍ତ ଅଧିକାରୀ ଜଣେ ଭାରତୀୟ ନାଗରିକ ହୋଇଥିବା ଜରୁରୀ । କୌଣସି ଆପତ୍ତିଜନକ ତଥା ବିବାଦୀୟ କଣ୍ଟେଣ୍ଟ୍ ଉପରେ ଅଭିଯୋଗ ହେଲେ ତାକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ ।

Comments are closed.