ରାଜ୍ୟରେ ଗୋଟିଏ ଦିନରେ ୩୫ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହାର ୫୮୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଝିକ ୫ ଜଣ ଲେଖାଏଁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଝାରସୁଗୁଡା, କଳାହାଣ୍ଡି ଓ କୋରାପୁଟରୁ ୩ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ,ଜଗତସିଂହପୁର, କେନ୍ଦୁଝର, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.