କରୋନା ଅପଡେଟ୍‌: ୪୪ ଦିନ ପରେ ସବୁଠୁ କମ୍ ମାମଲା, ୨୪ ଘଣ୍ଟାରେ ୧.୮୬ ଲକ୍ଷ ସଂକ୍ରମିତ ଚିହ୍ନଟ, ୩୬୬୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନିମ୍ନଗାମୀ ଧାରା ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୮୬ ହଜାର ୩୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ୪୪ ଦିନ ପରେ ସର୍ବନିମ୍ନ । କାରୋନାରୁ ଆଉ ୨ ଲକ୍ଷ ୫୯ ହଜାର ୪୫୯ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି ।

ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁ ନାହିଁ । ଦିନକରେ ଏହି ଘାତକ ରୋଗରେ ଆଉ ୩୬୬୦ ଜଣଙ୍କ ମୃତ୍ୟୁ ହୋଇଛି ।

ଗତକାଲି କରୋନାର ୨୧୧,୨୯୮ ମାମଲା ଆସିଥିଲା ଏବଂ ୩୮୪୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଭାରତରେ ଏବେ ମୋଟ କରୋନା ମାମଲା ୨କୋଟି ୭୫ ଲକ୍ଷ ୫୫ ହଜାର ୪୫୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଜଣ ସୁସ୍ଥ ହୋଇଛନ୍ତି । ଏହି ମହାମାରୀରେ ଏଯାବତ୍ ୩ ଲକ୍ଷ ୧୮ ହଜାର ୮୯୫ ଜଣ ପ୍ରାଣ ହରାଇଛନ୍ତି । ଭାରତରେ ସକ୍ରିୟ ମାମଲା ଖସିବାରେ ଲାଗିଛି । ଦେଶରେ ଏବେ ୨୩ ଲକ୍ଷ ୪୩ ହଜାର ୧୫୨ ସକ୍ରିୟ ରୋଗୀ ଅଛନ୍ତି ।

ଦେଶରେ ଗୁରୁବାର ସୁଦ୍ଧା ୨୦ କୋଟି ୫୭ ଲକ୍ଷ ୦ ହଜାର ୬୬୦ କରୋନା ଟିକା ଡୋଜ୍ ଦିଆଯାଇଛି । ଗତକାଲି ୨୯ ଲକ୍ଷ ୧୯ ହଜାର ୬୯୯ ଜଣଙ୍କୁ ଟିକା ଲଗାଯାଇଥିଲା ।

Comments are closed.