ବାତ୍ୟା ସମୀକ୍ଷା ବୈଠକରେ ପ୍ରାକୃତିକ ବିପର୍ଯ୍ୟୟର ଦୀର୍ଘସ୍ଥାୟୀ ସମାଧାନ ପାଇଁ ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଦେଶ ଏବେ ମହାମାରୀ ସଂକଟ ଦେଇ ଗତି କରୁଛି । ଏପରି ସ୍ଥିତିରେ କେନ୍ଦ୍ର ଉପରେ ଅଧିକ ଚାପ ଦେବାକୁ ଆମେ ଚାହୁଁନାହୁଁ । ବାତ୍ୟାର ମୁକାବିଲା ନିଜସ୍ୱ ପାଣ୍ଠିରେ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବାତ୍ୟା ପରେ ଓଡିଶା ଆସିଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷ ଓଡିଶା ଦୁର୍ବିପାକ ଓ କ୍ଷୟକ୍ଷତିର ସମ୍ମୁଖୀନ ହେଉଛି । ଦୁର୍ବିପାକର ଦୀର୍ଘସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରେ ସହାୟତା ଦାବି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପାଇଁ ଭିତ୍ତିଭୂମି ଦାବି କରାଯାଇଛି । ବୈଷୟିକ ଜ୍ଞାନକୌଶଳ ଓ ଭୂତଳକେବୁଲ ବିଛା ପାଇଁ ବି ସହାୟତା ଦାବି କରାଯାଇଛି । ରାଜ୍ୟ ଉପକୂଳରେ ଝଡବାତ୍ୟା ନିରୋଧୀ ସୁରକ୍ଷା ବ୍ୟବସ୍ଥା ବି ଦାବି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.