ନାରଦ ଷ୍ଟିଙ୍ଗ୍ ମାମଲା: ଗିରଫ ଚାରି ନେତାଙ୍କୁ ଅନ୍ତରୀଣ ଜାମିନ

କୋଲକାତା: ନାରଦ ଷ୍ଟିଙ୍ଗ ଅପରେସନ୍ ମାମଲାରେ ଗିରଫ ହୋଇଥିବା ଦୁଇ ମନ୍ତ୍ରୀ, ଜଣେ ବିଧାୟକ ତଥା ପୂର୍ବତନ ବିଧାୟକଙ୍କୁ ଶୁକ୍ରବାର କଲିକତା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଏହି ନେତାମାନଙ୍କୁ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରାଯାଇଛି ।ସମ୍ପ୍ରତି ଏହି ନେତାମାନେ ଗୃହବନ୍ଦୀ ଅଛନ୍ତି।

ଆଜି କଲିକତା ହାଇକୋର୍ଟର ଏକ ପାଞ୍ଚ ଜଣିଆ ବୃହତର ବେଞ୍ଚ୍ ଏହି ଚାରି ନେତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା । କଲିକତା ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତ ନେତାଙ୍କୁ ଗଣମାଧ୍ୟମକୁ ସାକ୍ଷାତକାର ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ଶୁଣାଣି ମେ ୨୮ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଅନ୍ୟପକ୍ଷରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ଅନୁମତି ଦେଇଛନ୍ତି।

Comments are closed.